Thursday, February 12, 2026
31.4 C
Odisha

    ସୋଆ କପ୍ କ୍ରୀଡା ଉତ୍ସବରେ କୃଷି ମହାବିଦ୍ୟାଳୟର ଗ୍ରୁପ୍ ଚାମ୍ପିଅନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର , ୯ ମାର୍ଚ୍ଚ : ଗୁରୁବାର ଉଦ୍‌ଯାପିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ବାର୍ଷିକ ସୋଆ କପ୍ କ୍ରୀଡ଼ା ପ୍ରତିଯୋଗିତାରେ ଏହା ଦ୍ୱାରା ପରିଚାଳିତ ୧୦ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ । ଏଥିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଗ୍ରୁପ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚୁଟ୍ ଅଫ୍ ଲ (ସ୍ନିଲ)ର ଆଦିତ୍ୟ ମାଝି ଓ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ସୋଲାନ୍ସ ଉରାମଣି ଯଥାକ୍ରମେ ପୁରୁଷ ଏବଂ ମହିଳା ବିଭାଗରେ ଚାମ୍ପିଅନ୍ ଆଥଲେଟ ଟାଇଟଲ୍ ହାସଲ କରିଛନ୍ତି । ସୋଆର ଛାତ୍ରଛାତ୍ରୀମାନେ ୩ ସପ୍ତାହ ବ୍ୟାପୀ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଫୁଟବଲ୍‌, କ୍ରିକେଟ, ଭଲିବଲ୍‌, ଥ୍ରୋ ବଲ୍‌, ସଫ୍ଟ ବଲ୍‌, ବାସ୍କେଟ ବଲ୍‌, ଟେବୁଲ ଟେନିସ୍ ଓ ଟେନିସ୍ ପ୍ରଭୃତି କ୍ରୀଡ଼ାକୁ ନେଇ ପ୍ରତିଯୋଗିତା ହୋଇଥିଲା । ମାର୍ଚ୍ଚ ୭ ତାରିଖରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଥିଲା ।
    ଫୁଟବଲ ପୁରୁଷ ବିଭାଗରେ ସୋଆର ବିଦେଶୀ ଛାତ୍ରଙ୍କ ଟିମ୍ ଆଇଏଏସ୍‌କୁ ୫-୦ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିବା ବେଳେ ବାସ୍କେଟ ବଲ୍‌ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଆଇଏମ୍‌ଏସ୍‌)ର ଉଭୟ ପୁରୁଷ ଓ ମହିଳା ଦଳ ବିଜୟୀ ହୋଇଥିଲେ । ପୁରୁଷ ଫାଇନାଲ୍‌ରେ ଆଇଏମ୍‌ଏସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ୪୦-୩୧ରେ ପରାସ୍ତ କରିଥିବା ବେଳେ ମହିଳା ଫାଇନାଲ୍‌ରେ ଡାକ୍ତରୀ ଛାତ୍ରୀମାନେ ଆଇଟିଇଆର୍‌କୁ ୧୬ -୧୨ରେ ପରାସ୍ତ କରିଥିଲେ । ପୁରୁଷ କ୍ରିକେଟ ଫାଇନାଲ୍‌ରେ ଆଇଟିଇଆର୍‌ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଖେଳାଳୀମାନେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ ( ଆଇବିସିଏସ୍‌) କୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ମହିଳା କ୍ରିକେଟରେ ଆଇଏଏସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) କୁ ୪୬ ରନ୍‌ରେ ପରାସ୍ତ କରିଥିଲା ।
    ଆଇଏଏସ୍‌ର ଛାତ୍ରମାନେ ସଫ୍ଟବଲ୍ ଫାଇନାଲ୍‌ରେ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)କୁ ୭-୨ରେ ପରାସ୍ତ କରିଥିବା ବେଳେ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ସ୍ନିଲ୍ ଆଇଏଏସ୍‌କୁ ୨୬ -୧୭ରେ ପରାସ୍ତ କରିଥିଲା । ସେହିପରି ଥ୍ରୋ ବଲ୍ ମହିଳା ଫାଇନାଲ୍‌ରେ ଆଇଟିଇଆର୍ ଏସ୍‌ଏନ୍‌ସିକୁ ୨-୦ରେ ପରାସ୍ତ କରିଥିଲା ।
    ଭଲିବଲ୍‌ରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗ ଆଇବିସିଏସ୍‌କୁ ୩-୧ ସେଟ୍‌ରେ ପରାସ୍ତ କରି ପୁରୁଷ ଟାଇଟଲ୍ ହାସଲ କରିଥିବା ବେଳେ ଟେନିସ୍ ପୁରୁଷ ଫାଇନାଲ୍‌ରେ ଆଇଏମ୍‌ଏସ୍‌ର ଅମିତୋଜ୍ ସିଂ ସଚଦେବ ଏସ୍‌ପିଏସ୍‌ର ଜୟଦୀଶ ଚାନ୍ଦ ଙ୍କୁ ୬-୦,୬-୩ ସେଟ୍‌ରେ ପରାସ୍ତ କରି ଟାଇଟଲ୍ ବିଜୟୀ ହୋଇଥିଲେ ।
    ଉଭୟ ପୁରୁଷ ଓ ମହିଳା ଖୋ ଖୋ ଫାଇନାଲ୍‌ରେ ଆଇବିସିଏସ୍ ଆଇଏଏସ୍ କୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ କବାଡି ପୁରୁଷ ଓ ମହିଳା ପ୍ରତିଯୋଗିତାରେ ସିଏସ୍‌ଇ (ଆଇଟିଇଆର୍‌) ଓ ଆଇଟିଇଆର ଯଥାକ୍ରମେ ଏସ୍‌ପିଏସ୍ ଓ ଆଇଏଏସ୍‌କୁ ପରାସ୍ତ କରି ବିଜୟୀ ହୋଇଥିଲା । ସେହିପରି ପୁରୁଷ ଟେବୁଲ୍ ଟେନିସ୍‌ରେ ସିଏସ୍‌ଇର ଅବିନାଶ ତ୍ରିପାଠୀ ଆଇଏଏସ୍‌ର ବିନାୟକ ପଣ୍ଡିତ୍‌ଙ୍କୁ ପରାସ୍ତ କରି ହୋଇଥିବା ବେଳେ ମହିଳା ଟେବୁଲ୍ ଟେନିସ୍‌ରେ ସ୍ନିଲ୍‌ର ପାୟଲ ପାଣି ଏସ୍‌ପିଏସ୍‌ର ଆରୋହୀ ଆଚାର୍ଯ୍ୟଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ।
    ଚେସ୍‌ର ପୁରୁଷ ବିଭାଗରେ ସିଏସ୍‌ଇର ଆଦିତ୍ୟ ରଞ୍ଜନ ସାମଲ୍ ବିଜୟୀ ହୋଇଥିବା ବେଳେ ମହିଳା ବିଭାଗରେ ସ୍ନିଲ୍‌ର ସ୍ନେହା ବର୍ମା ବିଜେତା ହୋଇଥିଲେ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଆଇଟିଇଆର୍ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ସର୍ତିକ ସତ୍ୟକାମ୍ ନାୟକ ବିଜୟୀ ହୋଇଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତିକ ଭଲିବଲ୍ ଖେଳାଳୀ ଅନନ୍ୟା ଦାସ, ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍‌ର ପ୍ରଫେସର ଅଂଶୁମାନ ଜେନା ଓ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ