Friday, September 25, 2026
25.1 C
Odisha

    ସୋରରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ: ଯାତ୍ରୀ ସୁରକ୍ଷିତ, ରେଳ ଚଳାଚଳ ପ୍ରଭାବିତ

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ସବିରା ରେଳ ଷ୍ଟେସନ ଠାରୁ ମାତ୍ର କିଛି ଦୂରରେ ବେଲସାବିରା ନିକଟରେ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌ ଶନିବାର ଅପରାହ୍‌ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଏହି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ୟାଟେରି ଓ ଯାନ୍ତ୍ରିକ ଉପକ୍ରମ ଖସିପଡ଼ିଥିଲା। ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ଅନୁସାରେ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ (୨୨୬୧୨)ଟି ଅଫ୍‌ଲାଇନ୍‌ରେ ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଠାରୁ  ଚେନ୍ନାଇ ସେଣ୍ଟ୍ରାଲ ଅଭିମୁଖେ ବାହାରିଥିଲା। ଆଜି ଅପରାହ୍‌ଣ ପ୍ରାୟ ୩ଟା ୧୫ରେ ସୋର ଥାନା ଅଧୀନ ସବିରା ରେଳ ଷ୍ଟେସନ ଠାରୁ ମାତ୍ର କିଛି ଦୂରରେ ବେଲସାବିରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଲାଇନ୍‌ଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ୍‌ରୁ ବ୍ୟାଟେରି ଓ ଅନ୍ୟ ଯାନ୍ତ୍ରିକ ସାମଗ୍ରୀ ଖସିପଡ଼ିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରେନ୍‌ ମରାମତି କାମ ଚାଲିଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଅନ୍ୟପଟରେ ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    5kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ