Thursday, February 12, 2026
31.4 C
Odisha

    ୧୫୩୫ ପଦରେ ନିଯୁକ୍ତି ପାଇଁ ଓଏସ୍‌‌ଏସ୍‌‌ସିର ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌‌ଏସ୍‌‌ସି) ପକ୍ଷରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସିଜିଏଲ୍‌‌ ଗ୍ରୁପ୍‌‌-ବି’ ଓ ସି’ରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ୫୮୬ଟି ପଦବୀ ସୃଷ୍ଟି ହୋଇଛି। ଏପ୍ରିଲ ୫ତାରିଖଠାରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ସେହିପରି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର(ଏଟିଏ) ଭାବେ ୨୫୦ଟି ପଦ, ୨୬ଟି ଟ୍ରାଫିକ୍‌‌ କନେଷ୍ଟବଲ୍‌‌, ୬୭୩ଟି ସିଏଚ୍‌‌ଏସ୍‌‌ଏଲ୍‌‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଆସନ୍ତା ୨୮ତାରିଖରୁ ଏପ୍ରିଲ ୨୭ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍‌‌ କନେଷ୍ଟବଲ୍‌‌ ପାଇଁ ଆବେଦନପତ୍ର ଗ୍ରହଣ କରାଯିବ। ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଓଏସ୍‌‌ଏସ୍‌‌ସି ୱେବସାଇଟ୍‌‌ www.ossc.gov.inରେ ଉପଲବ୍‌‌ଧ ରହିଛି। ଏହାସହ ଓଏସ୍‌‌ଏସ୍‌‌ସି ଅଧ୍ୟକ୍ଷ ଅଭୟ କୁମାର ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ