Friday, March 13, 2026
23.4 C
Odisha

    +୨ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ଇଣ୍ଟରନାଲ ମୂଲ୍ୟାୟନ, ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ଡିସେମ୍ବର ୩୧ ମଧ୍ୟରେ ଅନୁଷ୍ଠିତ ହେବ। କୌଣସି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ ମୂଲ୍ୟାୟନ କିମ୍ବା ପ୍ରୋଜେକ୍ଟ ଦାଖଲରୁ ବାଦ୍ ଦିଆଯିବ ନାହିଁ। ନିରନ୍ତର ଶିକ୍ଷଣ, ବିଷୟ ବସ୍ତୁର ବୁଝାମଣା ଏବଂ ପ୍ରୋଜେକ୍ଟ ଆଧାରିତ ପ୍ରୟୋଗକୁ ମୂଲ୍ୟାୟନ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

    ଯେଉଁ ଛାତ୍ରଛାତ୍ରୀମାନେ ବୈଧ କାରଣରୁ ମୂଲ୍ୟାୟନରେ ଅଂଶଗ୍ରହଣ କରିପାରିବେ ନାହିଁ, ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ। ସେମାନେ ଆସନ୍ତା ବର୍ଷ ଜାନୁଆରୀ ୧୦ରୁ ଜାନୁଆରୀ ୧୫ ମଧ୍ୟରେ ପରୀକ୍ଷା ଦେଇପାରିବେ, କିନ୍ତୁ ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ। ସମସ୍ତ କଲେଜ୍‌ଗୁଡ଼ିକୁ ଏହି ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    20 %
    1.2kmh
    0 %
    Thu
    23 °
    Fri
    38 °
    Sat
    39 °
    Sun
    39 °
    Mon
    38 °

    ସମ୍ବନ୍ଧିତ