Friday, October 2, 2026
22.2 C
Odisha

    ଅଗ୍ନିକାଣ୍ଡରେ ଜଳିଗଲା ଗୁହାଳ ଘର, ଦୁଇ ଗୋରୁ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ପିପିଲି : ପୁରୀ ଜିଲ୍ଲା ପିପିଲି ବ୍ଲକ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସାନସରଗାଇଲ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ ବଖରା ଗୁହାଳଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଏଥିରେ ୨ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ପିପିଲି ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

    ସୂଚନା ଅନୁଯାଇ, ସାନସାରଗାଇଲ ଗାଁର ରବି ରଞ୍ଜନ ବରାଳଙ୍କ ଗୁହାଳ ଘରେ ଶୁକ୍ରବାର ରାତି ପ୍ରାୟ ୨ଟାରେ ନିଆଁ ଲାଗିଥିଲା। ଏଥିରେ ଗୁହାଳ ମଧ୍ୟରେ ଥିବା ୨ଟି ଗୋରୁ ଜୀବନ୍ତ ଦଗ୍ଧ ହେବା ସହ ଗୁହାଳ ଘର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗୁହାଳ ଘରେ ଦିଆଯାଇଥିବା ମଶାଧୂଆଁ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ