Thursday, October 15, 2026
22.6 C
Odisha

    ଅଜଣାଲୋକଙ୍କ ଦ୍ବାରା ଆକ୍ରମଣର ଶିକାର ହେଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଗତଗୁରୁବାର ରାତିରେ ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଓ ତାଙ୍କର କିଛି ଶିଷ୍ୟଙ୍କ ଉପରେ କିଛି ଅଜଣା ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାାର ହୋଇଥିବା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱରଙ୍କ ନାମ କଲ୍ୟାଣୀ ନନ୍ଦଗିରି ଓରଫ ଛୋଟି ମା’ ଥିବା ଜଣାପଡ଼ିଛି।
    ଆକ୍ରମଣ ପରେ ସଙ୍ଗେସଙ୍ଗେ ମହାମଣ୍ଡଳେଶ୍ୱର କଲ୍ୟାଣୀ ନନ୍ଦଗିରି, ଏବଂ କିନ୍ନର ଆଖଡ଼ାର ଅନ୍ୟ ସଦସ୍ୟମାନଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ସେକ୍ଟର ୨ ସ୍ଥିତ ସ୍ୱରୂପ ରାଣୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ନର ଆଖଡ଼ାର ଜଣେ ଶିଷ୍ୟ ଏହି ଆକ୍ରମଣ ଘଟଣାକୁ ନେଇ କହିଛନ୍ତି, ‘ମହାମଣ୍ଡଳେଶ୍ୱର କଲ୍ୟାଣୀ ନନ୍ଦଗିରି ଏକ କାରରେ ଶିବିରକୁ ଫେରୁଥିବା ସମୟରେ କିଛି ଲୋକ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱରଙ୍କ ସମେତ ମୋଟ ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।’ଏହି ଆକ୍ରମଣ କାରଣ ପୂର୍ବରୁ ଲାଗିଥିବା ବିବାଦକୁ ନେଇ ହୋଇଥିବା କୁହାଯାଉଛି। ଫେବୃଆରି ୯ ତାରିଖରେ ପରୀ ଆଖଡ଼ାର ଜଗତଗୁରୁ ହିମାଙ୍ଗୀ ସଖି କଲ୍ୟାଣୀ ନନ୍ଦ ଗିରି, ଆଚାର୍ଯ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓ କୌଶଲ୍ୟା ନନ୍ଦଗିରିଙ୍କ ବିରୋଧ‌ରେ ମାଡ଼ମରା ଅଭିଯୋଗ କରିଥିଲେ। ପୁଲିସ ଆକ୍ରମଣକୁ ଏହି ବିବାଦ ସହିତ ଯୋଡ଼ି ଯାଞ୍ଚ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    97 %
    1.6kmh
    51 %
    Thu
    22 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ