Wednesday, July 22, 2026
23.3 C
Odisha

    ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତ ଦେହ ରଖି ଦୁଇ ଘଣ୍ଟା ରାସ୍ତା ରୋକ

    ଆଗକୁ ପଢନ୍ତୁ

    ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗାଁରେ ଉତ୍ତେଜନା । ଗତ ୨୯ ତାରିଖରେ ଅଜଣା ଗାଡ଼ି ଧକ୍କାରେ ଗୁଡିଆମ୍ବା ଗାଁର ଅଚ୍ୟୁତାନନ୍ଦ ସାହୁ ଗୁରୁତର ଆହତ ହୋଇଥିଲେ । ପରେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ କ୍ଷତିପୂରଣ ଦାବିରେ ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଜିଲୁଣ୍ଡି ଠାରେ ଶବ ରଖି ବ୍ରହ୍ମପୁର-ଭଞ୍ଜନଗର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

    ଫଳରେ ବହୁ ସଂଖ୍ୟକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ଅଟକି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ଭଂଜନଗର ଥାନା ପୋଲିସ ଏବଂ ତହସିଲଦାର ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ତତ୍କାଳ ସହାୟତା ପ୍ରଦାନ କରିଥିଲେ । ଏହା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଧରିବା ସହ ଅନ୍ୟାନ୍ୟ ସହାୟତା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.3 ° C
    23.3 °
    23.3 °
    98 %
    2.2kmh
    100 %
    Tue
    23 °
    Wed
    25 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ