ନୂଆଦିଲ୍ଲୀ : EPFO ସଦସ୍ୟମାନଙ୍କ ପାଇଁ ଖୁସି ଖବର । EPFO ଅଗ୍ରିମ ଦାବି ପାଇଁ ଅଟୋ-ସେଟେଲମେଣ୍ଟ ସୀମା 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଖବର ଅନୁଯାୟୀ, କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରମୁଖ ସେବା ବୃଦ୍ଧି ଲକ୍ଷ ଲକ୍ଷ ସଦସ୍ଯଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି ।
ସଦସ୍ୟମାନଙ୍କୁ ଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ EPFO ପ୍ରଥମ ଥର ପାଇଁ ଅଗ୍ରିମ ଦାବିର ଅଟୋ-ସେଟେଲମେଣ୍ଟ ଆରମ୍ଭ କରିଥିଲା। କେନ୍ଦ୍ର ମନ୍ତ୍ରୀଙ୍କ ଅନୁଯାୟୀ, ଆର୍ଥିକ ବର୍ଷ 2024-25 ରେ ମୋଟ 2.32 କୋଟି ଅଟୋ-କ୍ଲେମ ସମାଧାନ କରାଯାଇଥିଲା, ଯାହା 2023-24 ଆର୍ଥିକ ବର୍ଷରେ 89.52 ଲକ୍ଷ ଥିଲା। ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଗୁଆ ଦାବି ଦାଖଲ କରିବାର ତିନି ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । EPFO ତାର ସଦସ୍ୟଙ୍କୁ ଥାର୍ଡପାର୍ଟି ଏଜେଣ୍ଟର ସହାୟତା ନେବା ପାଇଁ ଅଗ୍ରାହ୍ୟ କରିଛି । ଏହା ସହିତ ନିଜ PF ଖାତା ସହିତ ଜଡ଼ିତ ସେବା ପାଇଁ ଅନଲାଇନ ପ୍ଲାର୍ଟଫର୍ମର ବ୍ୟବହାର କରିବାକୁ ପରାମର୍ଶ ଦେଇଛି ।