Friday, October 9, 2026
30.5 C
Odisha

    ଲକଡାଉନ୍ ଲାଗୁ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ, ଏହିସବୁ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲକଡାଉନ୍ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ । ଦେଶରେ ପୁଣିଥରେ ‘ଲକଡାଉନ୍’ ଲାଗୁ ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ କେନ୍ଦ୍ର ସରକାର ନିଜର ନୀରବତା ଭାଙ୍ଗିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସ୍ପଷ୍ଟ କରିଛନ୍ତି, ଲକଡାଉନ୍ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ। ଏହିସବୁ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା। ବିଶ୍ୱ ସ୍ତରରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଏଭଳି ମିଛ ଖବର ପ୍ରଚାର କରିବା ଅତ୍ୟନ୍ତ ‘ଅଣଦାୟିତ୍ୱବାନ ଏବଂ କ୍ଷତିକାରକ’ କାମ । ସରକାର ସାଧାରଣ ଜନତାଙ୍କୁ ଶାନ୍ତି ରଖିବାକୁ ଏବଂ ଆତଙ୍କିତ ନହେବାକୁ ଅନୁରୋଧ କରିଛନ୍ତି। ଏହା ସହ ଏହି ସଙ୍କଟ ସମୟରେ ଆମକୁ ଏକଜୁଟ ହେବା ଦରକାର ମନ୍ତ୍ରୀ । ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ତେଲ ଦର ବଢ଼ୁଥିବାରୁ ଏବଂ ସରକାର ଟିକସ କମାଇଥିବାରୁ ଲୋକଙ୍କ ମଧ୍ୟରେ ଲକଡାଉନ୍ କୁ ନେଇ ଭୟ ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀ ଏହାକୁ ଏକ ଗୁଜବ ବୋଲି କହିଛନ୍ତି ।

    ସୂଚନା ଅନୁସାରେ ସୋମବାର ଦିନ ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ସୂଚିତ କରିଥିଲେ ଯେ ଏହି ସଙ୍କଟ ଆହୁରି ଲମ୍ବା ହୋଇପାରେ, ତେଣୁ ଆମକୁ ଏକତା ଏବଂ ପ୍ରସ୍ତୁତ ରହିବାକୁ ପଡିବ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଇଙ୍ଗିତ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ପରେ, ସୋସିଆଲ ମିଡିଆରେ ଲକଡାଉନ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଅନେକ ୟୁଜର୍ସ ଲକଡାଉନ ବିଷୟରେ ପୋଷ୍ଟ କରୁଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ