Thursday, February 6, 2025
26.9 C
Odisha

    ଅତ୍ୟଧିକ ସେପଟା ଖାଉଥିଲେ ସାବଧାନ, ଓଜନ ବଢିବା ସହ ହୋଇପାରେ ଏହି ସବୁ ସମସ୍ୟା

    ଆଗକୁ ପଢନ୍ତୁ

    ଆଜିକାଲି ବଜାରରେ ସହଜରେ ସତେଜ ଏବଂ ଟେଷ୍ଟି ସେପଟା ଉପଲବ୍ଧ ହେଉଛି । ସେପଟା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଫାଇବରରେ ଭରପୂର, ସେପଟା ପେଟ ଏବଂ ହଜମ ପାଇଁ ଭଲ ହୋଇଥାଏ । କିନ୍ତୁ ଅତ୍ୟଧିକ ସେପଟା ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ହୋଇପାରେ । ତେବେ ସେପଟାରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ, ତେଣୁ ଏହା କୋଷ୍ଠକାଠିନ୍ୟ, ଫୁଲା ଏବଂ ଗଣ୍ଠି ଯନ୍ତ୍ରଣାରେ ଆରାମ ଦିଏ । ତଥାପି, ଅତ୍ୟଧିକ ସେପଟା ଖାଇବା କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆସନ୍ତୁ ଜାଣିବା କେଉଁ ଲୋକମାନେ ସେପଟା ଖାଇବା ଉଚିତ୍ ନୁହେଁ ?
    ଡାଇବେଟିସ୍‌ : ଡାଇବେଟିସ୍‌ ରୋଗୀମାନେ ସେପଟା ଖାଇବା ଉଚିତ୍ ନୁହେଁ । କାରଣ ସେପଟା ବହୁତ ମିଠା ହୋଇଥାଏ । ସେଥିପାଇଁ ଡାକ୍ତରମାନେ ଡାଇବେଟିସ୍‌ରେ ସେପଟା ନ ଖାଇବାକୁ ପରାମର୍ଶ ଦିଅନ୍ତି । ଏହା ସୁଗର ଲେବଲକୁ ବୃଦ୍ଧି କରିପାରେ । ତେଣୁ, ଡାଇବେଟିସ୍‌ରେ ସେପଟାକୁ ସମ୍ପୂର୍ଣ୍ଣ ପରିହାର କରିବା ଉଚିତ ।

    ଆଲର୍ଜି : ଯଦି ଆପଣଙ୍କର ଆଲର୍ଜି ଅଛି, ତେବେ ସେପଟା ଖାଇବାରୁ ଦୂରେଇ ରୁହନ୍ତୁ । କିଛି ଲୋକଙ୍କୁ ସେପଟା ଖାଇବା ପରେ ଆଲର୍ଜି ହୋଇପାରେ । କାରଣ ଏଥିରେ ଟାନିନ୍ ଏବଂ ଲେଟେକ୍ସ ନାମକ ରାସାୟନିକ ପଦାର୍ଥ ରହିଛି ଯାହା ଶରୀରରେ ଆଲର୍ଜି ସୃଷ୍ଟି କରେ । ତେଣୁ ସେପଟା ଖାଇବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ ।

    ପେଟ ସମସ୍ୟା ଥିଲେ : ସେପଟା ପେଟ ଏବଂ ପାଚନକ୍ରିୟା ପାଇଁ ଏକ ଭଲ ଫଳ । ଏଥିରେ ଫାଇବର ଭଲ ପରିମାଣରେ ମିଳିଥାଏ । ଯାହା ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ । କିନ୍ତୁ ଅତ୍ୟଧିକ ସେପଟା ଖାଇବା ଦ୍ୱାରା ପାଚନ ତନ୍ତ୍ର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ଯେଉଁ କାରଣରୁ ପାଚନ ସମସ୍ୟା ମଧ୍ୟ ବଢ଼ିପାରେ ।

    ବଢିପାରେ ଓଜନ : ସେପଟା ଖାଇବା ଦ୍ୱାରା କେତେକ ସମୟରେ ମେଦବହୁଳତା ମଧ୍ୟ ବୃଦ୍ଧି ପାଏ । ଅଧିକ ପରିମାଣରେ ସେପଟା ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇପାରେ । ବିଶେଷକରି ଯେଉଁମାନେ ସେପଟା ଶେକ୍ ପିଅନ୍ତି, ସେମାନଙ୍କର ଓଜନ ବଢିବାର ଆଶଙ୍କା ଅଧିକ ଥାଏ ।

    କେତେକ ସମୟରେ ସେପଟା ଖାଇବା ପରେ ସ୍ୱାଦରେ ପରିବର୍ତ୍ତନ ଅନୁଭବ ହୋଇପାରେ । ବିଶେଷକରି ଯଦି ଆପଣ କେବେ କଞ୍ଚା ସେପଟା ଫଳ ଖାଆନ୍ତି, ତେବେ ଏହା ଆପଣଙ୍କ ପାଟିକୁ ତିକ୍ତ ସ୍ୱାଦ ଦେଇଥାଏ । ସେପଟାରେ ପ୍ରଚୁର ପରିମାଣରେ ଲାଟେକ୍ସ ଏବଂ ଟାନିନ୍ ଥାଏ, ଯାହା ପାଟିର ସ୍ୱାଦକୁ ତିକ୍ତ କରିଥାଏ । ସେଥିପାଇଁ ଏହି ସବୁ ସମସ୍ୟା ଥିଲେ ସେପଟା ଖାଇବା ଠାରୁ ଦୂରେଇ ରହିବ ଉଚିତ । ନଚେତ ଆଗକୁ ଯାଇ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    33 %
    1.2kmh
    6 %
    Thu
    34 °
    Fri
    33 °
    Sat
    32 °
    Sun
    33 °
    Mon
    35 °

    ସମ୍ବନ୍ଧିତ