Monday, May 18, 2026
40.9 C
Odisha

    ବାଂଲାଦେଶୀ ଅନୁପ୍ରବେଶ : ମୁଖ୍ୟ ଆସାମୀ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଜଗତସିଂହପୁର ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଆସାମୀ ସିକନ୍ଦର ଆଲାମକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୁଲିସ । ସିକନ୍ଦରକୁ ଗିରଫ ସହ ତା ପାଖରୁ  ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହ ପାସପୋର୍ଟ ଜବତ କରିଛି ପୁଲିସ । ସିକନ୍ଦରକୁ ଗିରଫ ପରେ ଅଜ୍ଞାତ ସ୍ଥାନକୁ ନେଇ ଯେରା କରୁଛି ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ ଚଢାଉ ପରେ ୭ ଦିନ ଧରି ସେ ଫେରାର ଥିଲା । ଜଗତସିଂହପୁର ଥାନା ଅଞ୍ଚଳ ବେହେରାମପୁର ବସ୍ତିରେ ଅନେକ ବାଂଲାଦେଶୀଙ୍କ ଘରେ ବୁଲଡୋଜର ଚଢାଇଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ରହି ଅନେକ ବାଂଲାଦେଶୀଙ୍କୁ ଆଣିବାରେ ସାହାଯ୍ୟ କରିଥିଲା । ଆଜି ସିକନ୍ଦର ଗିରଫ ପରେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି  କୁହଯାଉଛି । ଘଟଣା ପରେ ଜଗତ୍ସିଂହପୁର ସମେତ କେନ୍ଦ୍ରାପଡ଼ା , ଭଦ୍ରକ , ଯାଜପୁର , ବାଲେଶ୍ବର ଜିଲାରେ ବାଂଲାଦେଶୀ ଯାଞ୍ଚ କରୁଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.9 ° C
    40.9 °
    40.9 °
    20 %
    1.2kmh
    83 %
    Mon
    43 °
    Tue
    43 °
    Wed
    46 °
    Thu
    45 °
    Fri
    45 °

    ସମ୍ବନ୍ଧିତ