Sunday, August 23, 2026
27.1 C
Odisha

    ଅନିୟନ୍ତ୍ରିତ ହୋଇ ବ୍ରିଜ ତଳକୁ ଖସିଲା ବସ୍, ୪୦ ଯାତ୍ରୀ ଥିଲେ ଭର୍ତ୍ତି

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : କର୍ଣ୍ଣାଟକ ଶିବମୋଗା ଜିଲ୍ଲାରେ ଅଳ୍ପକେ ବର୍ତ୍ତିଗଲା ଅନେକ ଲୋକଙ୍କ ଜୀବନ । ଏକ ଘରୋଇ ବସ୍ ଅନିୟନ୍ତ୍ରିତ ହୋଇ ବ୍ରିଜ ତଳକୁ ଖସିପଡିଥିଲା । ଦୁର୍ଘଟଣା ବେଳେ ବସରେ ୪୦ ଜଣ ଯାତ୍ରୀ ଥିଲେ । ତେବେ ଘଟଣାରେ ଜନହାନୀ ହୋଇନଥିବା ଖବର ମିଳିଛି । ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି ।

    ଖବର ମୁତାବକ, ଶିବମୋଗା ଜିଲ୍ଲାର ଭଦ୍ରବତୀ ଅଞ୍ଚଳରେ ଥିବା ଗାଁ ବିରାପୁରା ନିକଟରେ ବସ୍ ଅନିୟନ୍ତ୍ରିତ ହୋଇ ବ୍ରିଜ ରେଲିଂ ସହିତ ଧକ୍କା ହୋଇଥିଲା । ଫଳରେ ବସଟି ତଳକୁ ଖସିପଡିଥିଲା । ବସରେ ଅତିକମରେ ୪୦ ଜଣ ଯାତ୍ରୀ ତିଲେ । ବସଟି ଦାବଣଗେର ଜିଲ୍ଲାର ଚତ୍ରଗିରିରୁ ଭଦ୍ରାବତୀ ଯାଉଥିଲା ।

    ଦୁର୍ଘଟଣା ଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    83 %
    1.4kmh
    97 %
    Sun
    28 °
    Mon
    29 °
    Tue
    27 °
    Wed
    24 °
    Thu
    29 °

    ସମ୍ବନ୍ଧିତ