Saturday, March 28, 2026
38.2 C
Odisha

    ଅନ୍ଧବିଶ୍ବାସର କୁପରିଣତି: ଯୁବତୀଙ୍କ ମୁଣ୍ଡରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ତାନ୍ତ୍ରିକ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ଗୁଣିଆଁ ପାଖକୁ ଯାଇ ଯୁବତୀ ଗୁରୁତର । ଦେବତାକୁ ଡରାଇବାକୁ ଯାଇ ୧୬ବର୍ଷିଆ ଝିଅ କପାଳରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯୁବତୀ । ଦୁଇ ହାତରୁ ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି । ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି।

    କଣ୍ଟାବାଞ୍ଜି ଇଚ ଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଝିଅ ଭୟଭୀତ ହେଉଥିବା ବେଳେ ବେହୋସ ହୋଇପଡୁଥିଲା। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ ବାପା । ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିକିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ଝିଅକୁ ନେଇଥିଲେ ବାପା । ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ କାଢିବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀରେ କିଛି ପୂଜା କରିଥିଲେ। ପୂଜା ପରେ ଝିଅ ସୁସ୍ଥ ହେବାରୁ ଘରକୁ ନେଇ ଯାଇଥିଲେ ପରିବାର । ହେଲେ କିଛି ଦିନ ପରେ ପୁଣି ସମାନ ସମସ୍ୟା ଦେଖାଯିବା ସହ ଝିଅର ହାତ କାଟି ରକ୍ତ ବାହାର କରିଯାଇଥିଲା । ଏନେଇ ଗୁଣିଆ ନିକଟକୁ ଯାଇ ଅଭିଯୋଗ କରିଥିଲେ ପରିବାର । ତେବେ ଗୁଣିଆ ବିରୋଧରେ ଥାନାରେ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଗୁଣିଆ ଝିଅର ମୁଣ୍ଡରେ ଛୁଞ୍ଚି ପୂରାଇଥିବା ଦେଖିବାକୁ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ