Monday, September 21, 2026
24 C
Odisha

    ଜବରଦଖଲ ଉଚ୍ଛେଦବେଳେ ନକଲି ଚା’ ପ୍ରସ୍ତୁତି କାରଖାନା ଠାବ

    ଆଗକୁ ପଢନ୍ତୁ

    ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିଲେ, ଠାବ ହେଲା ନକଲି ଚା’ ପ୍ରସ୍ତୁତି କାରଖାନା । କଟକ ଜଗତପୁର ୪୮ ନମ୍ବର ଓ୍ବାର୍ଡରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ବେଳେ ଖୋଲିଥିଲା ଏହି ନକଲି କମ୍ପାନୀ ରହସ୍ୟ । କିଛି ମାସ ତଳେ ନକଲି ମସଲା ଠାରୁ ଆରମ୍ଭ କରି ନକଲି ସିମେଂଟ କାରଖାନା କଟକରେ ଠାବ ହୋଇଥିଲା। ସେହିଭଳି ଏବେ ଆଉ ଏକ ନକଲି କାରଖାନା ଠାବ ହୋଇଛି। ଜଗତପୁର ଅଂଚଳରୁ ଠାବ ହୋଇଛି ଏହି ନକଲି ଚାପତି କାରଖାନା। ସେପୁଣି କୋଉ ଛୋଟମୋଟ କମ୍ପାନୀ ନୁହେଁ, ଦେଶର ନାମୀଦାମୀ ବ୍ରାଣ୍ଡ କୁହାଯାଉଥିବା ଟାଟା ଟି ପ୍ରିମିୟମ ନାଁରେ ପ୍ୟାକେଜିଂ କରି ମାର୍କେଟକୁ ଏହି ଚାପତି ଛଡା ଯାଉଥିଲା। ଖବର ପାଇ ଗୁରୁବାର ଏହାକୁ ନିଜ ହେପାଜତକୁ ନେଇଛି ସିଏମସି। ଗୁରୁବାର ଜଗତପୁର ଅଂଚଳର ୪୮ ନମ୍ବର ୱାର୍ଡରେ ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରୁଥିଲେ କଟକ ମହାନଗର ନିଗମର ଏନଫୋର୍ସ ମେଂଟ ଟିମ୍‌। ହେଲେ ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି ଆଜବେଷ୍ଟ ଘରୁ ଠାବ ହୋଇଥିଲା ନକଲି ଚାପତି ଫ୍ୟାକ୍ଟ୍ରି। ଦୀର୍ଘ ଦିନଧରି ଜଗତପୁର ଲକ୍ଷଣପୁର କେନାଲ ବନ୍ଧରେ ଏକ ନିର୍ଜନ ସ୍ଥାନରେ ଏହି ଛୋଟ ଘରେ ଚାଲିଥିଲା ଟାଟା କମ୍ପାନୀ ନାମରେ ନକଲି ଚାପତି ପ୍ୟାକିଙ୍ଗ। ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀର ଚା ପତି, ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ, ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶକୁ ନିଜ ହେପାଜତକୁ ନେଇଛି ସିଏମସି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ