Monday, March 23, 2026
29.4 C
Odisha

    ଅନ୍ୟ ଜାତିର ଝିଅକୁ ବିବାହ ପଡିଲା ମହଙ୍ଗା, ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର

    ଆଗକୁ ପଢନ୍ତୁ

    କୋରାପୁଟ: ଅନ୍ୟ ଜାତିର ଝିଅକୁ ବିବାହ ପଡିଲା ମହଙ୍ଗା । ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର । କୋରାପୁଟ ଜିଲ୍ଲା ମାଛରା ଜଙ୍ଗଲ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

    ଜୟପୁର ସହରର ମହେଶ୍ବର ଖିଲଙ୍କର ସେହି ଗାଁର ଉର୍ମିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୁଳ ଏବଂ କୁଟୁମ୍ବ ଉଭୟଙ୍କୁ ବିବାହ ପାଇଁ ଅନୁମତି ଦେଇନଥିଲା। କାରଣ ମହେଶ୍ବର ମାଳି ଜାତିର ହୋଇଥିଲା ବେଳେ ତାଙ୍କ ପ୍ରେମିକା ରଣା ସମାଜର । ଏମିତି ପ୍ରତିବନ୍ଧକର ସମ୍ମୁଖୀନ ହୋଇ ପ୍ରେମୀ ଯୁଗଳ କିଛି ଦିନ ତଳେ ଘର ଛାଡ଼ି ବାହାରକୁ ଚାଲି ଯାଇଥିଲେ । କିଛି ଦିନ ବାହାରେ ରହିବା ପରେ ପତ୍ନୀଙ୍କ ସହ ମହେଶ୍ବର ଘରକୁ ଫେରିବା ପାଇଁ ଚାହିଥିଲେ । ତେବେ ମାଳି ସମାଜ ଏହି ବିବାହକୁ ସ୍ବୀକୃତି ଦେବା ପାଇଁ କିଛି କଠୋର ସର୍ତ୍ତ ରଖିଲା । ବୈଠକ କରି ବରକୁ ଲଣ୍ଡା ହେବା ସହ ଭୋଜିଭାତ ଓ ୯୦ ହଜାର ଟଙ୍କା ଦେବାକୁ କହାଯାଇଥିଲା ।

    ବୈଠକରେ ନିଷ୍ପତ୍ତି ପରେ ବର ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିବା ପରେ ବିବାହ କରିଥିଲେ । ଭୋଜିରେ ମାଳି ସମାଜର ବରିଷ୍ଠଙ୍କ ସହ ଯୁବକ ଏବଂ ଶିକ୍ଷିତ ସାମିଲ ହୋଇଥିଲେ । ଭୋଜିଭାତ ସରିବା ପରେ ନବବଧୂଙ୍କୁ ମାଳି ସମାଜର ବରିଷ୍ଠ ସଦସ୍ୟ ଗୃହପ୍ରବେଶ ପାଇଁ ଅନୁମତି ଦେଇଥିଲେ । ଏଭଳି ଦଣ୍ଡ ଏବଂ ଜରିମାନା ମାଳି ସମାଜରେ ଆଦୌ ନୂଆ ଘଟଣା ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ