Wednesday, May 6, 2026
33.5 C
Odisha

    ୫୦୦ କୋଟି ରୋଜଗାର କଲା ‘ଧୁରନ୍ଧର ୨’, ତିନି ଦିନରେ ଜବରଦସ୍ତ ଆୟ

    ଆଗକୁ ପଢନ୍ତୁ

    ରଣବୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର ୨’ ରିଲିଜର ତୃତୀୟ ଦିନ ଅର୍ଥାତ୍ ଶନିବାର ଭାରତରେ ୧୧୩ କୋଟି ଟଙ୍କା ଆୟ କରିଛି । ଫିଲ୍ମର ପେଡ୍ ପ୍ରିଭ୍ୟୁ (ଦେୟଯୁକ୍ତ ପ୍ରିଭ୍ୟୁ) ସମେତ ତିନି ଦିନରେ ଫିଲ୍ମର ମୋଟ କଲେକ୍ସନ ହୋଇଛି ୩୩୯.୨୭ କୋଟି ଟଙ୍କା ।

    ୧୯ ମାର୍ଚ୍ଚରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ । ବର୍ତ୍ତମାନ ଫିଲ୍ମ ସାରା ବିଶ୍ୱରେ ଚହଳ ପକାଇଛି । ଫିଲ୍ମଟି ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ଆୟ କରିଛି ଏବଂ ତୃତୀୟ ଦିନର ଆୟରେ ଜବାନ, ବାହୁବଳୀ ୨ ଓ ଦଙ୍ଗଲ ଭଳି ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି ।

    ‘ଧୁରନ୍ଧର ୨’ ଏପର୍ଯ୍ୟନ୍ତ ବିଦେଶରେ ପାଖାପାଖି ୯୬.୫୦ କୋଟି ଟଙ୍କା ରୋଜଗାର କରିସାରିଛି, ଯେଉଁ କାରଣରୁ ସାରା ବିଶ୍ୱରେ ଫିଲ୍ମର ମୋଟ କଲେକ୍ସନ ହୋଇଯାଇଛି ୫୦୧.୦୪ କୋଟି ଟଙ୍କା ।

    ତୃତୀୟ ଦିନରେ ୨୦,୯୧୭ଟି ଶୋ’ରେ ଫିଲ୍ମର ୮୧.୬% ଅକ୍ୟୁପାନ୍ସି ରହିଥିଲା । ହିନ୍ଦୀ ଭର୍ସନ ୧୦୫ କୋଟି ସହିତ ସର୍ବାଧିକ ଆୟ କରିଥିଲା । ତେଲୁଗୁରେ ୫ କୋଟି ଏବଂ ତାମିଲରେ ୨.୯୫ କୋଟିର କଲେକ୍ସନ ହୋଇଥିଲା । ଧୁରନ୍ଧର ୨ ତୃତୀୟ ଦିନରେ ବକ୍ସ ଅଫିସରେ ଶାନଦାର ରୋଜଗାର ସହିତ ୭ଟି ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି । ମାତ୍ର ତିନି ଦିନରେ ଧୁରନ୍ଧର-୨ ୩୩୯.୨୭ କୋଟି ଟଙ୍କା ଆୟ କରିଛି, ଯେଉଁଥିରେ ହିନ୍ଦୀ ଭର୍ସନ ୧୦୫ କୋଟି ଟଙ୍କାର ବିଜିନେସ୍ କରିଛି । ଯଦି ଆମେ ତୁଳନା କରିବା, ଏହାର ପ୍ରଥମ ପାର୍ଟ ‘ଧୁରନ୍ଧର’ ତୃତୀୟ ଦିନରେ ମାତ୍ର ୫୧.୬୦ କୋଟି ଟଙ୍କା ଆୟ କରିଥିଲା ।

    ଧୁରନ୍ଧର ୨ରେ ରଣବୀର ସିଂଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଏବଂ ଆର. ମାଧବନ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ଅଛନ୍ତି ଆଦିତ୍ୟ ଧର । ଜ୍ୟୋତି ଦେଶପାଣ୍ଡେ, ଲୋକେଶ ଧର ଏବଂ ଆଦିତ୍ୟ ଧର ମିଳିତ ଭାବରେ ଫିଲ୍ମଟିକୁ ପ୍ରଯୋଜନା କରିଛନ୍ତି । ବି62 ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ ଜିଓ ଷ୍ଟୁଡିଓ ପ୍ରେଜେଣ୍ଟ୍ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.5 ° C
    33.5 °
    33.5 °
    39 %
    1kmh
    28 %
    Wed
    36 °
    Thu
    38 °
    Fri
    40 °
    Sat
    40 °
    Sun
    39 °

    ସମ୍ବନ୍ଧିତ