Sunday, August 2, 2026
30.4 C
Odisha

    ଅପରାହ୍ନରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡ଼ିର ବଡ଼ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   : ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ ନେଇ ମାନସମନ୍ଥନ ହେବା ନେଇ ଜଣାପଡୁଛି । ରାଜ୍ୟ ସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଗୁରୁବାର ସଂଧ୍ୟାରେ ବିଜେଡିର ପିଏସି ବୈଠକ ବସିଥିଲା । ତେବେ ପ୍ରାର୍ଥୀ କିଏ ହେବ ସେନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି ପ୍ରମିଳା ମଲ୍ଲିକ କହିଥିଲେ । ଏହାରି ଭିତରେ ଆଜି ନବୀନଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି । ଅପରାହ୍ନ ୫ଟାରେ ହେବାକୁ ଥିବା ବୈଠକରେ ସମସ୍ତ ବିଜେଡି ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ତେବେ ଆଗାମୀ ରାଜ୍ୟ ସଭା ନିର୍ବାଚନରେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବେ ଆଜି ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

    ପ୍ରକାଶଥାଉକି, ରାଜ୍ୟ ସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ । ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.4 ° C
    30.4 °
    30.4 °
    74 %
    1.8kmh
    100 %
    Sun
    30 °
    Mon
    31 °
    Tue
    31 °
    Wed
    29 °
    Thu
    29 °

    ସମ୍ବନ୍ଧିତ