Friday, May 30, 2025
27 C
Odisha

    ଅପରେସନ୍ ସିନ୍ଦୂର ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ: ଲେଖିଲେ ‘ଜୟହିନ୍ଦ’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପହଲଗାମର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନରେ ଭାରତର ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ଓ ପିଓକେରେ ସେନାର ପ୍ରଚଣ୍ଡ ହମ୍‌ଲା ହୋଇଛି । ପାକିସ୍ତାନର ଆତଙ୍କୀ ଶିବିରରେ ମିସାଇଲ୍ ଆଟାକ୍ ହୋଇଛି । ଏଥିରେ ୯୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବହୁ ଆହତ ହୋଇଛନ୍ତି । ରାତି ପ୍ରାୟ ଗୋଟାଏ ୪୪ରେ ଆତଙ୍କବାଦୀ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ପାକିସ୍ତାନ ଉପରେ ଭାରତର ଏପରି ପ୍ରତିଶୋଧକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟରେ ଜୟହିନ୍ଦ #JaiHind ଲେଖିଛନ୍ତି । ଭାରତୀୟ ସେନାକୁ ଅପରେସନ ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଏବେ ଆଗ୍ରହ ସୃଷ୍ଟି କରିଛି କାରଣ ଏହି ପୋଷ୍ଟଟି ମାତ୍ର ଗୋଟିଏ ଘଣ୍ଟା ପୂର୍ବରୁ ହୋଇଥିଲା । ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ 50 ହଜାରରୁ ଅଧିକ ଭ୍ୟୁ ହାସଲ କରିସାରିଛି । ଏହା ଉପରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି ଏବଂ ବିଜେଡି ସୁପ୍ରିମୋଙ୍କୁ ସମର୍ଥନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    83 %
    1.8kmh
    100 %
    Fri
    27 °
    Sat
    37 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ