Saturday, October 3, 2026
23.8 C
Odisha

    ତାତି ଯୋଗୁଁ ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାତି । ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଆଜିଠୁ ସବୁ ସ୍କୁଲ ସକାଳୁଆ । ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍ ପାଇଁ ନିର୍ଦ୍ଦେଶ। ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ଜାରି ରହିବ। ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ସଚିବ। ଏଥିସହ ଗ୍ରୀଷ୍ମ ପ୍ରବାହାର ମୁକାବିଲା ପାଇଁ ସ୍କୁଲରେ ସ୍ବତନ୍ତ୍ର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା ଏବଂ ଓଆରଏସ ପ୍ୟାକେଟ୍ ମହଜୁଦ ରଖିବାକୁ କୁହାଯାଇଛି।

    ସୂଚନାଯୋଗ୍ୟ, ଗତକାଲି ପାଣିପାଗ କେନ୍ଦ୍ର ବିଭାଗ ପୂର୍ବାନୁମାନ କରିଛି । ଏପ୍ରିଲ ମାସରୁ ଜୁନ ମାସ ଖରାରେ ସିଜିବ ସାରା ଓଡ଼ିଶା । ଶେଷ ସପ୍ତାହ ବେଳକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏପ୍ରିଲରୁ ଜୁନ୍ ତିନି ମାସ ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ନେଇ ପୂର୍ବାନୁମାନ କରାଯାଇଛି । ଆଜି ଟିଟିଲାଗଡ଼ରେ ସର୍ବାଧିକ ୩୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ୭ଟି ସହରରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ଥିଲା । କେତେକ ଅଂଚଳରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଏବେ ଖରା ଅସହ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ