ଆତଙ୍କବାଦୀ ଭାରତକୁ ପଶିବା ପାଇଁ ଏହି ସ୍ଥାନଗୁଡ଼ିକୁ ବ୍ୟବହାର କରୁଛନ୍ତି । କିନ୍ତୁ ବିଏସଏଫ୍ ର ଆଲର୍ଟରେ ଥିବାରୁ ସେମାନେ ସଫଳ ହୋଇପାରୁ ନାହାନ୍ତି । ମଇ ୭ ତାରିଖରେ ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ଲଞ୍ଚ ପ୍ୟାଡ୍ କୁ ଧ୍ୱଂସ କରିଥିଲ । କିନ୍ତୁ ଏବେ ପାକିସ୍ତାନ ବିକଳ୍ପ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିଏସଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା ସମୀକ୍ଷା କରିଛନ୍ତି । ସୀମା ନିକଟରେ ଥିବା ପ୍ରାୟ ୨୪ଟି ଗାଁରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି । ଜମ୍ମୁ-କାଶ୍ମୀର ପୋଲିସ ଓ ବିଏସଏଫ୍ ମିଳିତ ଭାବେ “ଜିରୋ ଇନଫିଲଟ୍ରେସନ୍” ଲକ୍ଷ୍ୟରେ କାମ କରୁଛନ୍ତି । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ହାମଲା ପରେ ବଦଲା ନେବାକୁ ଭାରତ କରିଥିଲା ଅପରେସନ୍ ସିନ୍ଦୂର । ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ମୁଖ୍ୟାଳୟ ଓ ଲଞ୍ଚ ପ୍ୟାଡ୍ ଉପରେ ମିସାଇଲ୍ ମାଡ ହୋଇଥିଲା ।

