Saturday, April 25, 2026
27.9 C
Odisha

    ଅପରେସନ୍ ସିନ୍ଦୂର ପରେ ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ, ହାଇ-ଆଲର୍ଟରେ ଭାରତୀୟ ସେନା

    ଆଗକୁ ପଢନ୍ତୁ

     

    ଆତଙ୍କବାଦୀ ଭାରତକୁ ପଶିବା ପାଇଁ ଏହି ସ୍ଥାନଗୁଡ଼ିକୁ ବ୍ୟବହାର କରୁଛନ୍ତି ।  କିନ୍ତୁ ବିଏସଏଫ୍ ର ଆଲର୍ଟରେ ଥିବାରୁ ସେମାନେ ସଫଳ ହୋଇପାରୁ ନାହାନ୍ତି । ମଇ ୭ ତାରିଖରେ ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର  ଲଞ୍ଚ ପ୍ୟାଡ୍ କୁ ଧ୍ୱଂସ କରିଥିଲ ।  କିନ୍ତୁ ଏବେ ପାକିସ୍ତାନ ବିକଳ୍ପ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିଏସଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା ସମୀକ୍ଷା କରିଛନ୍ତି । ସୀମା ନିକଟରେ ଥିବା ପ୍ରାୟ ୨୪ଟି ଗାଁରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି । ଜମ୍ମୁ-କାଶ୍ମୀର ପୋଲିସ ଓ ବିଏସଏଫ୍ ମିଳିତ ଭାବେ “ଜିରୋ ଇନଫିଲଟ୍ରେସନ୍” ଲକ୍ଷ୍ୟରେ କାମ କରୁଛନ୍ତି । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ହାମଲା ପରେ ବଦଲା ନେବାକୁ ଭାରତ କରିଥିଲା  ଅପରେସନ୍ ସିନ୍ଦୂର ।  ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ମୁଖ୍ୟାଳୟ ଓ ଲଞ୍ଚ ପ୍ୟାଡ୍ ଉପରେ ମିସାଇଲ୍  ମାଡ ହୋଇଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    59 %
    2.4kmh
    74 %
    Sat
    28 °
    Sun
    43 °
    Mon
    44 °
    Tue
    42 °
    Wed
    40 °

    ସମ୍ବନ୍ଧିତ