Monday, September 28, 2026
23.6 C
Odisha

    ଅପରେସନ୍‌ ସିନ୍ଦୂର: ସେନାମୁଖ୍ୟଙ୍କ ସହ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ୩ ସେନା ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏବଂ ଏୟାର ଚିଫ୍‌ ମାର୍ସାଲ୍‌ ଅମରପ୍ରୀତ୍‌ ସିଂହ ଯୋଗ ଦେଇଥିଲେ।  ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲ, ସିଡିଏସ୍‌ ଅନୀଲ ଚୌହାନ, ବିଦେଶ ସଚିବ ବିକ୍ରମ ମିସ୍ରି, ଆଇବି(ଇଣ୍ଟେଲିଜେନ୍ସ ବ୍ୟୁରୋ) ନିର୍ଦ୍ଦେଶକ ତପନ ଡେକା ଏବଂ ର’ ମୁଖ୍ୟ ରବି ସିହ୍ନା ମଧ୍ୟ ଯୋଗ ଦେଇଥିଲେ।

    ମିଳିଥିବା ସୂଚନାନୁଯାୟୀ ମୋଦୀ ସେନାବାହିନୀକୁ ଦୃଢ଼ ନିର୍ଦ୍ଦେଶ ପ୍ରଦାନ କରି ପାକିସ୍ତାନ ପଟୁ ଯେକୌଣସି ଆକ୍ରମଣର କଡ଼ା ଜବାବ ଦେବାପାଇଁ କହିଛନ୍ତି। ପ୍ରଧା‌ନମନ୍ତ୍ରୀ ମୋଦୀ ସେନାକୁ ପୂର୍ଣ୍ଣ କ୍ଷମତାର ସହ ଜବାବ ଦେବାପାଇଁ କହିଛନ୍ତି। ସେପଟୁ ଗୁଳି ଫୁ‌ଟିଲେ ଏପଟୁ ଗୋଳାରେ ଜବାବ ଦିଅ। ଯୁଦ୍ଧବିରତିକୁ ନେଇ ଭାରତ ଏବଂ ପାକିସ୍ତାନ ଏକ ବୁଝାମଣାରେ ପହଞ୍ଚିବାର ୨ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଏହି ବୈଠକ ହୋଇଛି।  ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ୧୧ଟି ବାୟୁସେନା ଘାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ