Thursday, October 8, 2026
22.2 C
Odisha

    ଅପରେସନ ସିନ୍ଦୂରରେ ସହିଦ ଯବାନଙ୍କ ନାମ ପ୍ରକାଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’ ସମୟରେ ସହିଦ ହୋଇଥିବା ସେନାର ୬ଜଣ ଯବାନଙ୍କ ପରିଚୟ ସରକାର ଶୁକ୍ରବାର ପ୍ରକାଶ କରିଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ ସହିଦ ଯବାନମାନେ ହେଲେ ସୁବେଦାର ପୱନ କୁମାର, ରାଇଫଲମ୍ୟାନ ସୁନୀଲ କୁମାର (ବୀର ଚକ୍ର), ଲାନ୍ସ ନାଏକ ଦିନେଶ କୁମାର, ଆଭିଏସନ୍‌ ଟେକ୍ନିସିୟାନ ମୁରଲୀ ନାଏକ, ହାବିଲଦାର ସୁନୀଲ କୁମାର ସିଂହ ଓ ବାୟୁସେନାର ସର୍ଜେଣ୍ଟ ସୁରେନ୍ଦ୍ର କୁମାର (ବାୟୁ ମେଡାଲ)। ସହିଦ ଯବାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀ ୱେବସାଇଟ୍‌ରେ ସାମିଲ କରାଯାଇଛି।

    ଏହା ସହିତ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ କାନ୍ଥରେ ଖୋଦିତ କରାଯାଇଛି। ୨୦୨୫ ମେ ୭ରେ ପାକିସ୍ତାନ ବିରୋଧରେ ସାମରିକ ଅଭିଯାନ ଅପରେସନ ସିନ୍ଦୂର କରାଯାଇଥିଲା। ୪ଦିନ ଧରି ଚାଲିଥିବା ଅଭିଯାନରେ ଏହି ଯବାନମାନେ ସହିଦ ହୋଇଥିବାବେଳେ ସରକାର ସେମାନଙ୍କ ପରିଚୟ ବିଧିବଦ୍ଧ ଭାବେ ପ୍ରକାଶ କରି ନଥିଲେ। ଜାମ୍ମୁ-କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଏହି ଅଭିଯାନ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ସେନାର ବ୍ୟାପକ କ୍ଷତିର ସମ୍ମୁଖୀନ ହେବା ସହ ଆତଙ୍କବାଦୀଙ୍କ ଅନେକ ଆଡ୍ଡାସ୍ଥଳ ଧ୍ବଂସ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ