ବଣାଇ: ପ୍ରଧାନମନ୍ତ୍ରୀଙ୍କ ସ୍କିମ ଦେଇଥିଲେ ଅପହଞ୍ଚ ତଥା ଗାଁ ଗାଁକୁ ଦିଆଯିବ ମୋବାଇଲ ନେଟୱର୍କ । ଆଉ ବେଶି ଗୁରୁତ୍ୱ ଦେଇଥିଲେ ମାଓବାଦୀ ଅଞ୍ଚଳକୁ । ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ସ୍ବଦେଶୀ 4G ନେଟୱର୍କ । ଏନେଇ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଫୁଲଝରରେ ଅନଲାଇନରେ ହେଲା ଶୁଭାରମ୍ଭ । ଫୁଲଝର ଅଞ୍ଚଳ ତଥା ଖୁଣ୍ଟାଗାଁ ଠାରୁ ଶଶ ପର୍ଯ୍ୟନ୍ତ ଲାଗିଲା ପ୍ରାୟ ୬ଟି ଟାୱାର । ଏବେ ପ୍ରାୟ ୩୦ ଟି ଗ୍ରାମବାସୀ ପାଇବେ ନେଟୱାର୍କ ସୁବିଧା । ପୂର୍ବରୁ ଜରୁରୀକାଳିନ ସୁବିଧା ଯଥା ୧୦୮, ୧୦୨, ୧୦୯ ସେବାରୁ ବଞ୍ଚିତ ଥିଲେ । ନିଜ ନିଜ ସୁବିଧାରେ ଚିକିତ୍ସାଳୟକୁ ଯାଉଥିଲେ କିନ୍ତୁ ଏବେ ସେନେଇ ସମସ୍ୟା ଦୂର ହେଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାଁ ଗାଁକୁ ନେଟୱର୍କ ସୁବିଧା ସ୍କିମରେ ଲାଗିଲା ଟାୱାର । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ଉନ୍ମୋଚନ କରିଥିଲେ 4G ନେଟୱର୍କ । 4G ଦ୍ୱାରା ଦୂରରେ ଥିବା ଘର ପରିବାରଙ୍କ ସହିତ କଥାବାର୍ତ୍ତା ହୋଇପାରୁଛନ୍ତି ଲୋକେ । ମୋବାଇଲରେ ଡାଟା ବା ନେଟୱାର୍କରେ ଅନଲାଇନ ସୁବିଧା ପାଇପାରିଛନ୍ତି । ପ୍ରାୟ ନୂଆ ୫ଟି BSNL ଟା୍ୱାର ବସାଇଛନ୍ତି ଓ ତାହା ସ୍ୱାଭାବିକ ଭାବେ ମଧ୍ୟ ଚାଲିଛି ।
ଯାହାଫଳରେ ଧନିଯାମ, ରଞ୍ଜ, ଫୁଲଝର, ଶସ ଏହିଭଳି ୩୦ ଟି ଗାଁ ଏହି ସୁବିଧା ଉପଭୋଗ କରିପାରିବେ । ଏନେଇ ବେଶ ଖୁସି ଅଛନ୍ତି ଗ୍ରାମବାସୀ । ସେ ଅଞ୍ଚଳରେ ପୂର୍ବରୁ କୌଣସି ନେଟୱର୍କ ସୁବିଧା ପାଇପାରୁନଥିଲେ କିନ୍ତୁ ଏବେ ସ୍ଥାନେ ସ୍ତାନେ ନେଟୱାର୍କ ପାଇପାରୁଛନ୍ତି । ଅନଲାଇରେ BSNL 4G ହାଇସ୍ପିଡ଼ ନେଟୱର୍କକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ପରିପ୍ରେକ୍ଷୀରେ ଫୁଲଝରରେ ଏକ ଶୋଭାଯାତ୍ରା ମଧ୍ୟ ହୋଇଥିଲା ।
ସେଠାରେ ମୁଖ୍ୟଅତିଥି ଭାବେ ବଣାଇ ରାଜକୁମାର ବ୍ରିଗରାଜ ପ୍ରତାପ କେଶରୀ ଦେଓ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, BSNL ସାଧାରଣ ପ୍ରବନ୍ଧକ କେ ଏନ ରାୟ ଏବଂ ଅନ୍ୟାନ୍ୟ ଗଣମାନ୍ୟ ଅତିଥି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜନସାଧାରଣ ଉପସ୍ଥିତ ଥିଲେ । ତେବେ ଆଗାମୀ ସମୟରେ ଯେଉଁ ଅଞ୍ଚଳରେ ନେଟୱର୍କ ନାହିଁ ସେଇ ଅଞ୍ଚଳରେ ନେଟୱର୍କ ଦିଆଯିବ ବୋଲି ମଧ୍ୟ ସର୍ଭେ ଚାଲିଛି ।