Friday, May 8, 2026
24.9 C
Odisha

    ରାଜ୍ୟରେ ବଢ଼ୁଛି ତାପମାତ୍ରା, ଜାରି ହେଲା ବଜ୍ରପାତ ଓ ଝଟକା ପବନ ସତର୍କତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ତାପମାତ୍ରା । ଅନ୍ୟପଟେ ବଜ୍ରପାତ ଓ ଝଟକା ପବନ ନେଇ ଜାରି ହେଲା ସତର୍କତା । ଆସନ୍ତା ୨୪ ଘଣ୍ଟାରେ ବର୍ଷା ଘଡ଼ଘଡ଼ି ସହ ଝଟକା ପବନ ପାଇଁ ୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

    ଆସନ୍ତାକାଲି ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ । ୨୭ରୁ ୨୮ ତାରିଖ ମଧ୍ୟରେ ୧୬ ଟି ଜିଲ୍ଲାକୁ ବଜ୍ରପାତ ଓ ବିଜୁଳି ସହ ଝଟକା ପବନ ପାଇଁ ଆଲର୍ଟ ଜାରି ହୋଇଛି । ସେହିଭଳି ୨୮ରୁ ୨୯ ତାରିଖ ପାଇଁ ୮ଜିଲ୍ଲାକୁ ସତର୍କ କରାଯାଇଛି । ଏପଟେ ଆଗାମୀ ୨ ଦିନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବାର ଆକଳନ କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    70 %
    2.3kmh
    0 %
    Fri
    25 °
    Sat
    39 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ