Friday, April 3, 2026
27 C
Odisha

    ଅପ୍ରେଲ୍‌ ୭ରେ କଳିଙ୍ଗ ଷ୍ଟାଡିୟମରେ ବିଶାଳ ଯୋଗ ମହୋତ୍ସବର ଆୟୋଜନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି (ସୋମବାର) ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଦବ ଏହି ଯୋଗ ମହୋତ୍ସବକୁ ଉଦଘାଟନ କରିବେ।ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ବିଶାଳ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ଆୟୁଷ ମନ୍ତ୍ରାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା, ଯୁଗ୍ମ ସଚିବ ମୋନାଲିସା ଦାଶ ପ୍ରମୁଖ ଯୋଗ ଦେବେ।

    ଆୟୁଷ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକ୍ରମେ ୨୦୧୪ଠାରୁ ମିଳିତ ଜାତିସଂଘ ଦ୍ୱାରା ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ଆୟୋଜନ କରାଯାଇ ଆସୁଛି। ଯୋଗକୁ ବିଶ୍ୱସ୍ତରରେ ମାନ୍ୟତା ମିଳିବା ଆମ ଦେଶ ପାଇଁ ଗୌରବର ବିଷୟ। ଯୋଗ ଆମ ଐତିହ୍ୟର ଏକ ଅଭିନ୍ନ ଅଙ୍ଗ ବୋଲି ସେ କହିଛନ୍ତି। ଯୋଗ ଦିବସକୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଲାଗି ୭୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି ୫୦ ଦିନିଆ ଏବଂ ୨୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ