Sunday, January 25, 2026
22.3 C
Odisha

    ଅଫିସରେ କାମ କରିବା ବେଳେ ନିଦ ମାଡୁଛି କି? ତେବେ କରନ୍ତୁ ଏହି କାମ

    ଆଗକୁ ପଢନ୍ତୁ

    ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗିଥାଏ । ଯେଉଁମାନେ ବି ଚାକିରୀ କରିଛନ୍ତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇଥାଏ । ତେବେ କାହିଁକି ଏପରି ହୋଇଥାଏ ତାର କାରଣ ଏବେ ସାମ୍ନାକୁ ଆସିଛି । ଆମେରିକାର ଏକ ଅନୁଷ୍ଠାନ ନିକଟରେ ଏହା ଉପରେ ଏକ ଅଧ୍ୟୟନ କରିଛି । ଯାହା ଫଳରେ ଜଣା ପଡିଛି ନିଦ ପଛର କାରଣ ।

    ଅଧ୍ୟୟନ ଅନୁସାରେ ଚିନି ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଯେପରି ପନୀର, ଡାଲି, ସି – ଫୁଡ୍, ନମକିନ୍ ଏବଂ ମିଠା ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଏପରି ଖାଦ୍ୟକୁ ସ୍ଲିପର୍ସ ମଧ୍ୟ କୁହାଯାଏ ଯାହାକୁ ଖାଇବା ପରେ ନିଦ ଆସେ ।

    ଏପରି ହେବାର କାରଣ: ଏହି ଖାଦ୍ୟ ସବୁ ଖାଇଲେ ହଜମ କ୍ରିୟା ଆରମ୍ଭ ହୋଇଯାଏ । ଆଉ ଏହି ପାଚନ କ୍ରିୟା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆବଶ୍ୟକ ହୋଇଥାଏ । ଯାହାକୁ ପୂରଣ କରିଥାଏ ଆମ ମସ୍ତିସ୍କ । ଏହା ଦ୍ୱାରା ମସ୍ତିସ୍କରେ ରକ୍ତର ପରିମାଣ କମିଥାଏ ଏବଂ ଧୀରେ ଧୀରେ ଏହାର କ୍ରିୟାଶୀଳତା ଶିଥିଳ ହୋଇଥାଏ । ଫଳରେ ନିଦ ଲାଗିବା ଆରମ୍ଭ ହୋଇଥାଏ । ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ବେଶୀ ନିଦ ଲାଗିଥାଏ । କାରଣ ପ୍ରୋଟିନକୁ ହଜମ କରିବା ପାଇଁ ଅଧିକ ସମୟ ଲାଗିଥାଏ ।

    କଣ କରିବେ :

    • ଅଫିସରେ ମଧ୍ୟାହ୍ନ ଭୋଜନରେ ଭାତ ସ୍ଥାନରେ ରୁଟି ଖାଆନ୍ତୁ । କାରଣ ଭାତ ଖାଇଲେ ଅଧିକ ନିଦ ଲାଗିଥାଏ ।
    • ସେହିପରି ଆଳୁ ଖାଆନ୍ତୁ ନାହିଁ । କାରଣ ଆଳୁ ଶରୀରରେ ବ୍ଲଡ୍ ସୁଗାରର ସ୍ତର ବଢାଇ ଦିଏ । ଫଳରେ ନିଦ ଆସିଥାଏ ।
    • ବିସ୍କୁଟ୍ , କ୍ଷୀର ଏବଂ ଅନ୍ୟାନ୍ୟ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
    • ସକାଳେ ଅଧିକ ଖାଇ ଅଫିସ୍ ଯାଆନ୍ତୁ । ଫଳରେ ଦ୍ୱିପହରରେ ଅଳ୍ପ ଭୋକ ଲାଗିବ ଏବଂ ଖାଇବା ପରେ ନିଦ ଲାଗିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    30 %
    0.3kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ