Friday, October 2, 2026
29.9 C
Odisha

    କେବେ ପଡ଼ୁଛି ଅଶୋକାଷ୍ଟମୀ ବ୍ରତ, ଜାଣନ୍ତୁ ପୂଜା ବିଧି

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ୧୨ମାସରେ ୧୩ ପର୍ବ ପାଳନ କରାଯାଏ । ଏଥିମଧ୍ୟରୁ ଚଇତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପର୍ବ ପାଳିତ ହୁଏ ।ଏହିଦିନ ଅଶୋକ ବୃକ୍ଷ ଏବଂ ଭଗବାନ ଶଙ୍କରଙ୍କର ପୂଜା କରାଯାଇଥାଏ । ଏଥିସହ ଅଶୋକ ଗଛ ଚାରିପଟେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବ୍ରତ କଲେ କେବଳ ଆଧ୍ୟାତ୍ମିକ ଶାନ୍ତି ମିଳେ ତାହା ନୁହେଁ ବରଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟର ବରଦାନ ମଧ୍ୟ ମିଳିଥାଏ । ଚଳିତ ବର୍ଷ ଗୁରୁବାର ମାର୍ଚ୍ଚ ୨୬, ୨୦୨୬ରେ ପାଳନ କରାଯିବ ଅଶୋକାଷ୍ଟମୀ ବ୍ରତ ।

    ଏହି ପର୍ବ ମାତା ସୀତା ଏବଂ ସଙ୍କଟମୋଚନ ପ୍ରଭୁ ହନୁମାନଙ୍କ ସହିତ ସିଧାସଳଖ ଜଡ଼ିତ । ପୌରାଣିକ ବିଶ୍ୱାସ ଅନୁସାରେ, ଏହି ଦିନ ହିଁ ପ୍ରଭୁ ହନୁମାନ ମାତା ସୀତାଙ୍କୁ ଖୋଜୁଥିବା ସମୟରେ ଲଙ୍କାର ଅଶୋକ ବାଟିକାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ମା’ ସୀତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ମୁଦ୍ରିକା ପ୍ରଦାନ କରିଥିଲେ । ସେତେବେଳେ ମା’ ସୀତା ଏକ ଅଶୋକ ଗଛ ତଳେ ବସିଥିଲେ । ମା’ଙ୍କୁ ପ୍ରଭୁ ଶ୍ରୀରାମଙ୍କ ବାର୍ତ୍ତା ଦେଇଥିଲେ ଶ୍ରୀ ହନୁମାନ । ଏହି କାରଣରୁ ଏହି ପବିତ୍ର ଦିନରେ ମାତା ସୀତା ଏବଂ ଅଶୋକ ଗଛ ପୂଜାର ବିଶେଷ ମହତ୍ତ୍ୱ ରହିଛି । ମା ସୀତା ହେଉଛନ୍ତି ଲକ୍ଷ୍ମୀଙ୍କ ସ୍ୱରୂପା। ତେଣୁ ଅଶୋକାଷ୍ଟମୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ଜୀବନରୁ ଦୁଃଖ ଦୂର ହେବା ସହ ଲକ୍ଷ୍ମୀନାରାୟଣ ଏବଂ ଭଗବାନ ଶଙ୍କରଙ୍କର ବିଶେଷ କୃପା ଲାଭ ହୋଇଥାଏ।

    ବିଶ୍ୱାସ କରାଯାଏ ଯେ ଏହି ଦିନ ଅଶୋକ ଗଛର କୋମଳ କୋଳିର ରସ ସେବନ କରିବା ଦ୍ୱାରା ସମସ୍ତ ଶାରୀରିକ ରୋଗରୁ ମୁକ୍ତି ମିଳେ । ଏହି ବ୍ରତ ପାଳନ କଲେ ଶାରୀରିକ ଏବଂ ମାନସିକ ଅଶାନ୍ତିରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।

    ପୂଜା କିପରି କରିବେ?
    ଅଶୋକ ଅଷ୍ଟମୀରେ ପୂଜା କରିବାର ପଦ୍ଧତି ଅତ୍ୟନ୍ତ ସରଳ କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ:
    ଏହି ବ୍ରତରେ ଆପଣ ସକାଳ ସ୍ନାନ ସାରିବା ପରେ ଅଶୋକ ଗଛକୁ ପୂଜା କରନ୍ତୁ । ଅଶୋକ ଗଛର ଆଠଟି ପତ୍ରକୁ ସଂଗ୍ରହ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।

    କହି ରଖୁଛୁ ଏହି ଦିନଟି ତୁଳା ଓ କୁମ୍ଭ ରାଶିର ଘାତବାର । ମେଷ ଓ ମକର ରାଶି ପାଇଁ ଦିନଟି ଭଲ ରହିଛି । ଏହି ଦିନ ଅଷ୍ଟମୀ ଓ ନବମୀ ମିଳିତ ଭାବେ ରହିଥିବାରୁ ଉଭୟ ଦିନର ଶ୍ରାଦ୍ଧ ସେହି ଦିନ କରାଯିବ । ଏହି ଦିନ ଅଶୋକ ଫୁଲ ଗଛର କଢ଼ି ଖାଇବାର ପରମ୍ପରା ରହିଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ