Saturday, March 7, 2026
19.3 C
Odisha

    ଅବତରଣ ବେଳେ ରନୱେରୁ ଖସିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ସଦସ୍ୟ

    ଆଗକୁ ପଢନ୍ତୁ

    ନେପାଳ: ନେପାଳରେ ଅବତରଣ ବେଳେ ରନୱେରୁ ଖସିଗଲା ବିମାନ । ଅଳ୍ପକେ ବର୍ତ୍ତିଲେ ୫୧ ଯାତ୍ରୀ ଓ ୪ କ୍ରିଉ ସଦସ୍ୟ । ନେପାଳ ଭଦ୍ରପୁରରେ ଏକ ଟର୍ବୋପ୍ରପ ଯାତ୍ରୀବାହୀ ଏୟାରକ୍ରାଫ୍ଟ ଅବତରଣ ବେଳେ ରନୱେରୁ ଖସି ଯାଇଥିଲା । ବିମାନରେ ୫୧ଜଣ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବର ଥିଲେ । ତେବେ ଦୁର୍ଘଟଣାରୁ ସମସ୍ତେ ଅଳ୍ପେକ ବର୍ତ୍ତି ଯାଇଛନ୍ତି ।

    ଯାତ୍ରୀ ଓ କ୍ରିଉମେମ୍ବର ସୁରକ୍ଷତି ଥିବା ବୁଦ୍ଧ ଏୟାରଲାଇନସ ପକ୍ଷରୁ କୁହାଯାଉଛି । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଆସିଥିଲା । ପୂର୍ବରୁ ଗତ ୨୦୨୪ ମସିହା ଜୁଲାଇରେ କାଠମାଣ୍ଡୁରେ ସୌର୍ଯ୍ୟ ଏୟାରଲାଇନସ ବିମା ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୨୩ଜାନୁଆରୀରେ ପୋଖରାରେ ବିମାନ ଦୁର୍ଘଟଣାରେ ୬୮ ଯାତ୍ରୀ ଓ ୪ କ୍ରିଉ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ