Friday, October 2, 2026
25.2 C
Odisha

    ଅବପାତର ରୂପ ନେଲା ଲଘୁଚାପ : ୧୦ ଡିଗ୍ରୀ ତଳେ ୨୩ ସହର ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  : ସାରା ରାଜ୍ୟରେ ହାଡଭଙ୍ଗା ଶୀତ। ଆଜି ୨୩ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୩୮ସହରରେ ୧୨ ଡିଗ୍ରୀ ତଳେ ସର୍ବନିମ୍ନ ରାତି ତାପମାତ୍ରା ରହିଥିବା ସୂଚନା ମିଳିଛି। ୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେମିଳିଗୁଡାରେ ୪.୧, ଫୁଲବାଣୀ ୫, ରାଉରକେଲା ୫.୧ ଡିଗ୍ରୀ, ଝାରସୁଗୁଡ଼ା ୫.୪, ଦାରିଙ୍ଗବାଡ଼ି ୭, କିରୋଇ ୭.୪ ଡିଗ୍ରୀ, କେନ୍ଦୁଝର ୭.୬, ଚିପିଲିମା ୭.୭, ସୁନ୍ଦରଗଡ଼ ଓ ଭବାନୀପାଟଣା ୭.୮ ଡିଗ୍ରୀ ରେକର୍ଡ ହୋଇଛି ।

    ସେହିପରି ଅନୁଗୁଳରେ ୮, କୋରାପୁଟ ଓ ବଲାଙ୍ଗୀର ୮.୫ ଡିଗ୍ରୀ, ବାରିପଦା ଓ ଢେଙ୍କାନାଳ ୮.୬, ରାଣୀତାଲ ୮.୮, ନବରଙ୍ଗପୁର ୯.୫ ଡିଗ୍ରୀ, କଟକ ଓ ସୋନପୁର ୯.୬, ବାଲେଶ୍ବର ୯.୮, ସମ୍ବଲପୁର ୯.୯ ଡିଗ୍ରୀ ଏବଂ ରାୟଗଡ଼ା ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି। ୧୦.୨ ଡିଗ୍ରୀରେ ଥରୁଛି ରାଜଧାନୀ ଭୁବନେଶ୍ଵର। କଟକର ରାତି ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳକୁ ଖସି ୯.୬ ଡିଗ୍ରୀରେ ପହଞ୍ଚିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସୂଚନା ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ