Friday, March 13, 2026
22.3 C
Odisha

    ଅଯୋଧ୍ୟାରେ ଜନସମୁଦ୍ର, ବଢିଲା ରାମଲଲାଙ୍କ ଦର୍ଶନ ସମୟ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ ୟୁପିର ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି କାରଣରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ଏବଂ ରାମଲଲାଙ୍କ ଶୃଙ୍ଗାର ଆରତୀର ସମୟ ପରିବର୍ତ୍ତନ କରାଯାଇଛି। ଏବେ ସକାଳ ୬ଟା ପରିବର୍ତ୍ତେ ରାମଲଲାଙ୍କ ଶୃଙ୍ଗର ଆରତୀ ଏକ ଘଣ୍ଟା ପୂର୍ବରୁ ସକାଳ ୫ଟାରେ ଅନୁଷ୍ଠିତ ହେବ। ଅର୍ଥାତ୍ ସକାଳେ ରାମଲଲାଙ୍କ ଦରବାର ଖୋଲିବ ଏବଂ ମଙ୍ଗଳା ଆରତୀରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ରାମଲଲାଙ୍କ ଶୃଙ୍ଗର ଆରତୀରେ ଯୋଗ ଦେଇପାରିବେ।

    ଭୋର୍ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲଲାଙ୍କ ଦର୍ଶନ ଓ ପୂଜା ନିରବଚ୍ଛିନ୍ନ ଭାବେ ଚାଲିବ। ଅପରାହ୍ନରେ ଭୋଗ ଅର୍ପଣ କରିବା ସମୟରେ ମାତ୍ର ୫ ମିନିଟ୍ ପାଇଁ ପରଦା ଟଣାଯିବ । ଏହି ସମୟରେ ମଧ୍ୟ ଭକ୍ତମାନେ ରାମଲଲା ମନ୍ଦିରକୁ ପ୍ରବେଶ କରିପାରିବେ। ସମସ୍ତ ଆରତି ଓ ଭୋଗ ସମୟରେ ଶ୍ରଦ୍ଧାଳୁମାନେ ରାମଲଲାଙ୍କ ନିରବଚ୍ଛିନ୍ନ ଦର୍ଶନ ଜାରି ରଖିବେ।

    ସୂଚନାଯୋଗ୍ୟ, ଅଯୋଧ୍ୟାରେ ଜନସମୁଦ୍ରକୁ ଦୃଷ୍ଟିରେ ରଖି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଲଲାଙ୍କ ଦର୍ଶନ ସମୟ ବୃଦ୍ଧି କରାଯାଇଛି। ବସନ୍ତ ପଞ୍ଚମୀ ପରେ ସକାଳ ୬ଟାରୁ ରାମଲଲାଙ୍କ ଦର୍ଶନ ଉପଲବ୍ଧ ଥିବା ବେଳେ ଏବେ ପୁଣି ସକାଳ ୫ଟାରେ ଖୋଲିବ। ଅର୍ଥାତ୍ ଭକ୍ତମାନେ ପ୍ରାୟ ୧୭ ଘଣ୍ଟା ଧରି ରାମଲଲାଙ୍କ ଦର୍ଶନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ