Monday, September 14, 2026
23.5 C
Odisha

    ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଗୋଟିଏ ପର୍ଯ୍ୟାୟରେ ଭୋଟ

    ଆଗକୁ ପଢନ୍ତୁ

    ୬୦ ସଦସ୍ଯ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ୬୦ ଆସନ ମଧ୍ଯରୁ ବର୍ତ୍ତମାନ ସୁଦ୍ଧା ବିଜେପି ୧୦ ଆସନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ଯରେ ଅଛନ୍ତି ମୁଖ୍ଯମନ୍ତ୍ରୀ ପେମା ଖାଂଡୁ। କେତେକ ପ୍ରଥମ ଥର ଲାଗି ନିର୍ବାଚିତ ବିଧାୟକ ବି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୫୦ ଆସନରେ ବିଜେପି ପ୍ରାର୍ଥୀ ଦେଇଥିବାବେଳେ ୧୯ ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି କଂଗ୍ରେସ । ଏନପିପି ୨୦ ଆସନରେ ପ୍ରାର୍ଥୀ ଦେଇଛି ।

    ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେବେ ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର। ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ୨୦୧୪ରୁ ସାଂସଦ ଅଛନ୍ତି କିରନ ରିଜିଜୁ।

    ସେହିପରି ସିକ୍କିମରେ ମଧ୍ଯ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ୩୨ ସଦସ୍ୟ ବିଶିଷ୍ଟ ଗୃହ ଲାଗି ଭୋଟିଂ ଆରମ୍ଭ ହୋଇଛି । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂ ତାମଙ୍ଗ ମୁଖ୍ଯମନ୍ତ୍ରୀ ଥିବାବେଳେ ପୁଣି ଥରେ ସେ କ୍ଷମତା ଦଖଲ କରିବାକୁ ଆଶାବାଦୀ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ଯା ରହିଛି ୩୦ । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । ବିରୋଧୀ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ଓ ସ୍ବାଧୀନ ବିଧାୟକ ଅଛନ୍ତି ୩ ଜଣ ।

    ରାଜ୍ଯରେ ମୋଟ ଭୋଟର ସଂଖ୍ୟା ଅଛନ୍ତି ଲକ୍ଷ ୬୬ହଜାର । ୩୨ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ଯା ଅଛନ୍ତି ୧୪୭ । ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ପାଞ୍ଚଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ନେତା ପଓ୍ବନ କୁମାର ଚାମଲିଂ । ସୋରେଙ୍ଗ-ଚାକୁଙ୍ଗ ଓ ରେନୋକ ଅର୍ଥାତ ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ପୋକଲୋକ-କାମରଙ୍ଗ ଆସନରୁ ପବନ କୁମାର ଚାମଲିଂ ଲଢୁଥିବାବେଳେ ନାମଚିଂ-ସିଙ୍ଗଥାଙ୍କ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ । ଆସନ୍ତା ଜୁନ ୨ରେ ବିଧାନସଭା କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ତା ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ଦୁଇ ଜୁନରେ ହିଁ ଫଳାଫଳ ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ