Thursday, October 1, 2026
24.6 C
Odisha

    ଅଲିମ୍ପିକ୍ସରେ ଆତଙ୍କବାଦୀ ଭୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତା ଅଲମ୍ପିକ୍ସ ୨୦୨୪। ଅଲମ୍ପିକ୍ସ ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ବିଶ୍ବରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଏହି ଭୟକୁ ଅଧିକ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ହାଇ ଆର୍ଲଟରେ ରଖିଯାଇଛି। ୪ ସ୍ତପାହ ଧରି ହେବାକୁ ଥିବା ଏହି ଅଲିମ୍ପିକ୍ସରେ ସୁରକ୍ଷା ଦାୟିତ୍ବରେ ୩୦ ହଜାରରୁ ୪୫ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି।ଅଲମ୍ପିକ ଆରମ୍ଭ ହେବାର ଦିନକ ପୂର୍ବରୁ ଜଣେ ଋଷିଆ ସନ୍ଦୀଗ୍ଧ ଗିରଫ ହେବା ପରେ ଆତଙ୍କବାଦୀ ଆକ୍ରମଣର ଭୟ ବଢିବାରେ ଲାଗିଛି। ପ୍ରତିଯୋଗିତାରେ ବାଧା ସୃଷ୍ଟି କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଋଷିଆର ୪୦ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଫ୍ରାନ୍ସ ପୁଲିସ।ଆତଙ୍କବାଦୀମାନେ ପଣବନ୍ଦୀ, ଆତ୍ମଘାତୀ ବିସ୍ଫୋରଣ, ବଡ଼ ଧରଣର ବୋମା ବିସ୍ଫୋରଣ କରିବାର ଆଶଙ୍କା ରହିଛି। ଏଥିସହ ଆତଙ୍କୀ ସଙ୍ଗଠନ ଅଲମ୍ପିକ୍ସରେ ବାଧା ସୃଷ୍ଟି କରିବାକୁ ବଡ଼ ଧରଣର ସାଇବର ଆକ୍ରମଣ ମଧ୍ୟ କରିପାରନ୍ତି ବୋଲି କୁହାଯାଉଛି।ଅଲମ୍ପିକ୍ସ ପାଇଁ ବିଶ୍ବର ଅଧିକାଂଶ ଦେଶର ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ପର୍ୟ୍ୟଟକ ପ୍ୟାରିସରେ ଅଛନ୍ତି। ଏପରି ସ୍ଥିତିରେ ସୁରକ୍ଷାକୁ ନେଇ ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି। ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକ୍ସର ସୁରକ୍ଷା, ଫ୍ରାନ୍ସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ