Wednesday, October 7, 2026
23.2 C
Odisha

    ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକ ଘଟଣା, କ୍ଷମା ମାଗିଲା NCERT

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା ଏନସିଇଆରଟି। ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ NCERT ନିର୍ଦ୍ଦେଶକ ଓ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବିତରଣ ହୋଇଥିବା ସମସ୍ତ ପୁସ୍ତକ ପ୍ରତ୍ୟାହାର ହୋଇଛି । ଏବଂ ପୁସ୍ତକରେ ଆଉ ସେହି ବିବାଦୀୟ ଅଧ୍ୟାୟ ଅନ୍ତର୍ଭୁକ୍ତ ନାହିଁ।

    ଏନସିଇଆରଟି ଏକ୍ସ ରେ ଟ୍ୱିଟ୍ କରିଛି ଯେ ଏହା ସମ୍ପ୍ରତି ଏକ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ, “The Discovery of Society: India and Beyond” ଶ୍ରେଣୀ 8 (ଭାଗ II) ପ୍ରକାଶ କରିଥିଲା। ଏଥିରେ “The Role of the Judiciary in Our Society” ଶୀର୍ଷକ ଅଧ୍ୟାୟ IV ଅନ୍ତର୍ଭୁକ୍ତ ଥିଲା। ଏନସିଇଆରଟିର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉକ୍ତ ଅଧ୍ୟାୟ IV ପାଇଁ ନିଃସର୍ତ୍ତ ଏବଂ ସମ୍ପୂର୍ଣ୍ଣ କ୍ଷମା ପ୍ରାର୍ଥନା କରୁଛନ୍ତି। ସମ୍ପୂର୍ଣ୍ଣ ପୁସ୍ତକଟି ପ୍ରତ୍ୟାହାର କରାଯାଇଛି। ଏବଂ ଆଉ ଉପଲବ୍ଧ ନାହିଁ। ବିବାଦୀୟ ଅଧ୍ୟାୟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିବାବେଳେ ଏଥିପାଇଁ କିଏ ଉତ୍ତରଦାୟୀ ବୋଲି ଜଣାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ