Thursday, September 19, 2024
25.2 C
Odisha

    ଆଇଏସ୍‌ପିଡି ସମ୍ମିଳନୀରେ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୦୬ ଅଗଷ୍ଟ : ଡାକ୍ତର ସନ୍ଦୀପନ୍ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଫର୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି (ଆଇଏସ୍‌ପିଡି) ର ଜାତୀୟ ସମ୍ମିଳନୀ ତଥା ରୌପ୍ୟ ଜୟନ୍ତୀ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି । ଡାକ୍ତର ଧର ଆଇଏସ୍‌ପିଡିର ମୁଖ୍ୟ ଉପଦେଷ୍ଟା ଏବଂ ପୂର୍ବତନ ସଭାପତି ରହିଥିବା ବେଳେ ଡାକ୍ତର ପଣ୍ଡା ଏହି ଅନୁଷ୍ଠାନର ସାଧାରଣ ସମ୍ପାଦିକା ଅଟନ୍ତି । ଡାକ୍ତର ପଣ୍ଡା ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡର୍ମାଟୋଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଏହି ପୁସ୍ତକରେ ଚର୍ମରୋଗ ସମ୍ପର୍କିତ ୧୦ ହଜାରରୁ ଊର୍ଦ୍ଧ୍ୱ ଚିତ୍ର ଏବଂ ବିଷୟବସ୍ତୁ ରହିଥିବା ବେଳେ ଏହା ଶିଶୁରୋଗ ବିଶେଷଜ୍ଞ ଏବଂ ଚର୍ମରୋଗ ସମ୍ପର୍କୀୟ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ନିମନ୍ତେ ଉପାଦେୟ ହୋଇପାରିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।
    ଅଗଷ୍ଟ ୨ – ୪ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ସହିତ ଆଟୋପିକ୍ ଡର୍ମାଟାଇଟିସ୍ ଏବଂ ଜେନୋଡର୍ମାଟୋସେସ୍ ସମ୍ବନ୍ଧରେ କର୍ମଶାଳା ଆୟୋଜିତ ହୋଇଥିଲା । ପେଡିଆଟ୍ରିକ୍ ଡର୍ମାଟୋଲୋଜି ସମ୍ପର୍କିତ ଭିଡିଓ ପ୍ରଦର୍ଶନ ଏବଂ ସାଇନ୍‌ଟିଫିକ୍ ଲେକଚର ପ୍ରଦାନ କରାଯାଇଥିଲା ।
    ଦେଶର ବିଭିନ୍ନ ପ୍ରାନ୍ତରୁ ଚର୍ମରୋଗ ଓ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ପ୍ରାୟ ୫୦୦ ଜଣ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ