Saturday, December 6, 2025
20.1 C
Odisha

    ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଜି ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ । ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କ ଟିଆଇ ପରେଡ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ କରାଯିବ । ସଂପୃକ୍ତ ଅଭିଯୁକ୍ତମାନେ ହେଲେ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗୀନ୍ଦ୍ର ରାଉତ, ଶିଶୁପାଲ ପାଶ୍ବାନ, କୁନ୍ଦନ କୁମାର, ସିମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁ । ଅଭିଯୁକ୍ତଙ୍କର ଟିଆଇ ପରେଡ ପାଇଁ ମାମଲାର ତଦନ୍ତ ଅଧିକାରୀ ପ୍ରିୟାସ ରଞ୍ଜନ ଛୋଟରାୟ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ ।  ମାଜିଷ୍ଟ୍ରେଟ ଏହାର ଶୁଣାଣି କରି ଟିଆଇ ପରେଡ କରିବା ପାଇଁ ଅନୁମତି ଦେଇଛନ୍ତି ।

    ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ।  ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ, ଏନ କିରଣ କୁମାରଙ୍କୁ ରଖିଥିବା ଜଣାପଡ଼ିଛି ।  ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାଦିନ ଅଭିଯୁକ୍ତ ଚିଣ୍ଟୁ ପ୍ରଧାନ ବାଇକ ଚଳାଉଥିବା ବେଳେ କୁରୁପତି ଭୂୟାଁ ପଛରେ ବସିଥିଲେ । କୁରୁପତି ଗୁଳି ମାଡ଼ କରିବା ପରେ ପୀତବାସ ଟଳି ପଡ଼ିଥିଲେ । ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    46 %
    1.2kmh
    17 %
    Sat
    26 °
    Sun
    27 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ