Monday, October 5, 2026
24.7 C
Odisha

    ଆଇସିସି ସମ୍ପର୍କିତ ରିପୋର୍ଟ ନ ଦେଲେ ଦରମା ବନ୍ଦ, କଟକ ଜିଲ୍ଲାର ୨୧୦ଟି ମହାବିଦ୍ୟାଳୟକୁ ନୋଟିସ

    ଆଗକୁ ପଢନ୍ତୁ

    କଟକ : ଆଇସିସି ବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମ୍ପର୍କିତ ରିପୋର୍ଟ ନ ଦେଲେ ଦରମା ବନ୍ଦ । ମହାବିଦ୍ୟାଳୟକୁ ତାଗିଦ କଲା ପ୍ରଶାସନ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ନ ଦେଲେ ବନ୍ଦ ହେବ ଦରମା । ଜିଲ୍ଲାର ୨୧୦ କଲେଜକୁ ଜାରି କରାଯାଇଛି ନୋଟିସ । କଟକ ଜିଲ୍ଲାର ୨୧୦ଟି ମହାବିଦ୍ୟାଳୟକୁ ନୋଟିସ ଜାରି କରିବା ପରେ ମଧ୍ୟ ମିଳିଲା ନାହିଁ ଉତ୍ତର । ୨୧୦ ରୁ ମାତ୍ର କିଛି ହାତ ଗଣତି ମହାବିଦ୍ୟାଳୟ ଏ ସମ୍ପର୍କିତ ଉତ୍ତର ରଖିଥିବା ବେଳେ, ଅଧିକାଂଶ କଲେଜ୍ ରଖି ନାହାନ୍ତି ଉତ୍ତର । ଏ ନେଇ ତାଗିଦ କରିଛି ଜିଲ୍ଲା ପ୍ରଶାସନ ।

    ସୂଚନାଯୋଗ୍ୟ, ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀଙ୍କ ଜୀବନ ହାରିବା ପରେ କଲେଜ ଗୁଡିକରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଏଫଏମ କଲେଜର ପୀଡିତା ଛାତ୍ରୀ ICCରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତର ସହ ନିଆ ଯାଇନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ