Tuesday, October 6, 2026
28.6 C
Odisha

    ଆଉ ନାହାନ୍ତି ପଦ୍ମଶ୍ରୀ ଉତ୍ସବ ଚରଣ ଦାସ

    ଆଗକୁ ପଢନ୍ତୁ

    କଟକ : କଟକ ଜିଲ୍ଲା ଚୌଦ୍ୱାର ନିବାସୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଚୌଦ୍ୱାରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ଭୋର୍ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେ ଏକାଧାରରେ ଜଣେ ନାଟ୍ୟକାର, ସଂଗୀତଜ୍ଞ, ଓ ଜଣେ ଭଲ ନୃତ୍ୟଶିଳ୍ପୀ ଥିଲେ। ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଲୋକ କଳାର ଯେତେବେଳେ ଧିରେଧିରେ ଆଦର କମିଯାଉଥିଲା ସେ ବଞ୍ଚାଇବାକୁ ୧୯୬୦ ମସିହାରେ ତାଙ୍କ ପିତାଙ୍କ ସହିତ ପ୍ରଥମ ଥର ପାଇଁ ଘୋଡାନାଚ ପରିବେଷଣ କରିଥିଲେ। ଓଡ଼ିଶାର ପାରମ୍ପରିକ ‘ଘୋଡ଼ାନାଚ’କୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।

    ସେ ଭାଇ ଜଣ୍ଟିଆ, କୃଷ୍ଣ ଅବତାର, ମହିଷା ନାସିନୀ, ଗମ୍ଭାରିବିଜେ, ଖଇଉଁଜୁଲା, କେଳିକଦମ୍ବା, ରଙ୍ଗକେଲି ଏବଂ ଗୁଜୁନା ସମେତ ଅନେକ ଗୀତିନାଟ୍ୟ ଲେଖିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏଡସ୍, ମ୍ୟାଲେରିଆ, କୁଷ୍ଠ ନିବାରଣ, ସ୍ୱଚ୍ଛ ଭାରତ, ଏବଂ ବେଟି ବଚାଓ ବେଟି ପଢ଼ାଓ ଭଳି ସାମାଜିକ ପଦକ୍ଷେପ ଉପରେ ଅନେକ ଗୀତ ମଧ୍ୟ ଲେଖିଥିଲେ। ମୁଖ୍ୟତଃ ସେ ଲୋକ କଳା ଭଳି ଚଇତି ଘୋଡ଼ା ନାଚ କୁ ଓଡ଼ିଶା ତଥା ଭାରତ ବାହାରେ ମଧ୍ୟ ପରିଚିତ କରାଇଥିଲେ।

    ସେ ୧୯୪୫ ଅପ୍ରେଲ ୧୪ରେ କଟକ ଚୌଦ୍ୱାର ଅନ୍ତର୍ଗତ ମଣିଆ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଗଜେନ୍ଦ୍ର ଦାସ ଓ ମାତାଙ୍କ ନାମ ସଖୀ ଦେଈ। ସାତ ବର୍ଷ ବୟସରେ ତାଙ୍କ ମାଙ୍କର ପରଲୋକ ଘଟିଥିଲା। ତାପରେ ସେ ମାମୁଁଘରେ ରହି ପାଠ ପଢ଼ିଥିଲେ। ପିଲାଦିନରୁ ସେ ଚିତ୍ର ଆଙ୍କିବା, ମୂର୍ତ୍ତି ତିଆରି କରିବା, ବହିବନ୍ଧା ଆଦି ବିଭିନ୍ନ କଳା ପ୍ରତି ମଧ୍ୟ ଆକୃଷ୍ଟ ଥିଲେ। ପାନଦୋକାନ କରି ନିଜେ ରୋଜଗାର ମଧ୍ୟ କରୁଥିଲେ। ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ କଳାରେ ସ୍ନାତକ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ