Thursday, October 8, 2026
22.2 C
Odisha

    ଆଉ ନାହାନ୍ତି ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ , ସଚିତ୍ର ଅନ୍ଧାର ଏବଂ ଶ୍ରୀରାଧା ପାଇଁ ସେ ଥିଲେ ପରିଚିତ। ‘ସପ୍ତମ ଋତୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ପୁରସ୍କାର ମିଳିଥିଲା। ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଶ୍ରୀରାଧା ପାଇଁ ସେ ୧୯୯୨ ମସିହାରେ ସରସ୍ପତୀ ସମ୍ମାନ ପାଇଥିଲେ। ୨୦୦୬ ମସିହାରେ ପଦ୍ମଭୂଷଣ ସମ୍ମାନ, ୨୦୦୯ରେ ଫେଲୋସିପ୍ ସମ୍ମାନ ରେ ସମ୍ମାନୀତ ହୋଇଥିଲେ। ୧୯୫୭ରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଏବଂ ୧୯୯୨ ମସିହାରେ ସେ ଅବସର ନେଇଥିଲେ। ଅବସର ପୂର୍ବରୁ ସେ ଓଡିଶାର ମୁଖ୍ୟ ସଚିବ ଭାବରେ ଦାୟିତ୍ଵ ତୁଲାଇଥିଲେ। ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ