Sunday, October 18, 2026
21.7 C
Odisha

    ଆକାଶରେ ଦେଖାଯିବ ବିରଳ ଦୃଶ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆକାଶରେ ଚଳିତ ବର୍ଷ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଡିସେମ୍ବର ଏବଂ ଜାନୁଆରୀ ମାସର ପ୍ରଥମାର୍ଦ୍ଦରେ ୫ ଗ୍ରହକୁ ଖାଲି ଆଖିରେ ଦେଖିପାରିବେ। ତେବେ ମାସେ ପର୍ଯ୍ୟନ୍ତ ଆକାଶରେ ଏହି ଗ୍ରହକୁ ଦେଖିପାରିବେ ଆପଣ। ଏଭଳି ସଂଯୋଗକୁ ପ୍ଲାନେଟ ପରେଟ କୁହାଯାଏ। ଯଦି ଦେଖିବା ଏହା ଏକ ମହାଜାଗତିକ ଘଟଣା। ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ଘୂର୍ଣ୍ଣନ କରୁଛନ୍ତି। ତେବେ ଏହି ୮ ଗ୍ରହ ମଧ୍ୟରୁ ପୃଥିବୀକୁ ଛାଡି ଆଉ ୫ ଗ୍ରହକୁ ଖାଲି ଆଖିରେ ଦେଖିପାରିବେ। ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟ ଉପରେ ଶୁକ୍ର ଗ୍ରହ ଉଜ୍ଜଳ ଭାବେ ରହିବେ। ରାତି ବଢିବା ସହିତ ଏହି ଗ୍ରହଗୁଡିକ ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣାୟମାନ କରି କ୍ରମାନ୍ବୟରେ ଅସ୍ତ ହେବେ। ସେହି ସମୟରେ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବେ।ସାଧାରଣତଃ ବୁଧ ଗ୍ରହକୁ ଖାଲି ଆଖିରେ ଦେଖିବା କଷ୍ଟକର ହୋଇଥାଏ, କିନ୍ତୁ ଡିସେମ୍ବର ୨୦ ରୁ ୩୦ ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ ପୂର୍ବରୁ ଦିଗବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଦେଖାଯିବ। ଏହାସହିତ ୟୁରେନ୍ସ ଏବଂ ନାପଚୁନ ଗ୍ରହକୁ ମଧ୍ୟ ଖାଲି ଆଖିରେ ଦେଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ