Saturday, October 10, 2026
24.4 C
Odisha

    ଆଖି ଦେଇଥାଏ ଏହି ୧୦ଟି ଚେତାବନୀ ସଙ୍କେତ, ରୋଗ ବଢ଼ିବା ପୂର୍ବରୁ ହିଁ ଏହିପରି କରିପାରିବେ ଚିହ୍ନଟ

    ଆଗକୁ ପଢନ୍ତୁ

    ଆଖି ଆମ ଶରୀରର ଏମିତି ଏକ ଅଙ୍ଗ, ଯାହା ବିନା ଆମ ପାଇଁ ଦେଖିବା ଅସମ୍ଭବ। ଏଭଳି ପରିସ୍ଥିତିରେ ଆଖିର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ। ଆଖିର ଅନେକ ସମସ୍ୟା ଶରୀରରେ ହେଉଥିବା ବିଭିନ୍ନ ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ଆଖିରେ ହେଉଥିବା ସମସ୍ୟାଗୁଡ଼ିକୁ ମୂଳରୁ ଶେଷ କରିବା ପାଇଁ ଏହି ସମସ୍ୟାର ମୂଳ କାରଣ ପର୍ଯ୍ୟନ୍ତ ଯିବା ଆବଶ୍ୟକ। ଏହି କ୍ରମରେ, ଆଖିରେ ଦେଖାଯାଉଥିବା ଏହି ୧୦ଟି ସମସ୍ୟା କେଉଁ ସବୁ ରୋଗର ସଙ୍କେତ ହୋଇପାରେ, ସେ ବିଷୟରେ ଏଠାରେ ଜାଣନ୍ତୁ।

    ଆଖିରେ ଦେଖାଯାଏ ରୋଗର ଲକ୍ଷଣ

    ଆଖିର ଧଳା ଅଂଶ ହଳଦିଆ ହେବା
    ଆଖିର ଧଳା ଅଂଶ ଯଦି ହଳଦିଆ ହେବାକୁ ଲାଗେ, ତେବେ ଏହା ଲିଭର , ଗଲ୍‌ବ୍ଲାଡର୍, କିମ୍ବା ପାନ୍‌କ୍ରିୟାଜ୍‌ (ଅଗ୍ନ୍ୟାଶୟ) ରେ କୌଣସି ସମସ୍ୟା ଥିବାର ସଙ୍କେତ ହୋଇପାରେ।

    ଆଖିରେ ଅସ୍ପଷ୍ଟତା କିମ୍ବା ଝାପ୍‌ସା ଦେଖାଯିବା

    ଆଖି ଉପରେ ଯଦି ଏକ ଆସ୍ତରଣ ଜମିଗଲା ଭଳି ଲାଗେ କିମ୍ବା ଝାପ୍‌ସା ଦେଖାଯାଏ, ତେବେ ଏହା ଡାଇବେଟିସର ପ୍ରାଥମିକ ଲକ୍ଷଣ ହୋଇପାରେ। ହାଇ ବ୍ଲଡ୍ ପ୍ରେସର ସମସ୍ୟା ଥିଲେ ମଧ୍ୟ ଏଭଳି ହୋଇଥାଏ।

    କଳାଡୋଳା ଚାରିପାଖରେ ଧଳା ରଙ୍ଗର ଗୋଲ୍ ଘେରା (ରିଙ୍ଗ୍) ତିଆରି ହେବା

    ଯଦି ଆଖିର କଳାଡୋଳା ଚାରିପାଖରେ ଧଳା କିମ୍ବା ଧୂସର (ଗ୍ରେ) ରଙ୍ଗର ରିଙ୍ଗ୍ ବା ଘେରା ତିଆରି ହେଉଛି, ତେବେ ଏହା ବୟସ ବଢ଼ିବା କାରଣରୁ ହୋଇପାରେ। ଏହା ବ୍ୟତୀତ, ଏହା ଶରୀରରେ ହାଇ କୋଲେଷ୍ଟ୍ରଲ୍ ଏବଂ ଟ୍ରାଇଗ୍ଲିସେରାଇଡ୍‌ସ୍ ବଢ଼ିଯିବାର ମଧ୍ୟ ସଙ୍କେତ ଅଟେ।

     

     

    ଆଖି ଡେଇଁବା 
    ଯଦି ଆଖି ପତା କ୍ରମାଗତ ଭାବେ ଡେଇଁଥାଏ ବା ଥରିଥାଏ, ତେବେ ଏହା ଅତ୍ୟଧିକ ଚା’ କିମ୍ବା କଫି ପିଇବା ଯୋଗୁଁ, ସ୍ନାୟୁ ପ୍ରଣାଳୀରେ କ୍ଲାନ୍ତି କିମ୍ବା ନିଦ୍ରାହୀନତା କାରଣରୁ ହୋଇଥାଏ।

    ଆଖି ବାହାରକୁ ବାହାରି ଆସିବା ଭଳି ଲାଗିବା
    ଯଦି ଏମିତି ଅନୁଭବ ହୁଏ ଯେ ଆଖି ବାହାରକୁ ବାହାରି ଆସୁଛି କିମ୍ବା ବହୁତ ବଡ଼ ଦେଖାଯାଉଛି, ତେବେ ଏହା ହାଇପରଥାଇରଏଡିଜିମ୍ (Hyperthyroidism) ର ଲକ୍ଷଣ ହୋଇପାରେ। ଥାଇରଏଡ୍ ଗ୍ରନ୍ଥି ଆବଶ୍ୟକତାଠାରୁ ଅଧିକ ସକ୍ରିୟ ହେବା ଯୋଗୁଁ ଏପରି ହୋଇଥାଏ।

    ବାରମ୍ବାର ଆଖିରେ ଫୁଲା ବାହାରିବା 
    ଯଦି ଆଖି ପତାରେ ବାରମ୍ବାର ଅଞ୍ଜନୀ (ଗୁହେରି) ବାହାରୁଛି, ତେବେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ ହୋଇପାରେ। କୋଷ୍ଠକାଠିନ୍ୟ ଏବଂ ପେଟ ଖରାପ ହେବା ଯୋଗୁଁ ମଧ୍ୟ ଏପରି ହୋଇଥାଏ।

    ଆଖି ଶୁଖିଯିବା 
    ଯଦି ଆଖି ପ୍ରାୟତଃ ଶୁଖିଯାଏ ଏବଂ ଆଖିରେ ପୋଡ଼ାଜଳା ହୁଏ, ତେବେ ଏହା ସ୍କ୍ରିନ୍ ଟାଇମ୍ ଅଧିକ ହେବା ଯୋଗୁଁ ହୋଇଥାଏ। ସ୍କ୍ରିନ୍ ଟାଇମ୍ ଅର୍ଥାତ୍ ମୋବାଇଲ୍ କିମ୍ବା କମ୍ପ୍ୟୁଟରର ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା।

    ଆଖି ଆଗରେ ଭାସୁଥିବା ଆକୃତି ଦେଖାଯିବା
    ଆଖି ଆଗରେ ବିଭିନ୍ନ ପ୍ରକାରର ଆକୃତି କିମ୍ବା କଳା ଦାଗ, ସୂତା କିମ୍ବା ବୁଢ଼ିଆଣୀ ଜାଲ ଭଳି ଆକୃତି ଭାସୁଥିବାର ଦେଖାଯିବାକୁ ‘ଫ୍ଲୋଟର୍ସ’ କୁହାଯାଏ। ଯଦି ଏହା ଆବଶ୍ୟକତାଠାରୁ ଅଧିକ ଦେଖାଯାଏ, ତେବେ ଏହା ରେଟିନାଲ୍ ଡିଟାଚମେଣ୍ଟ୍ ହୋଇପାରେ, ଯାହାକୁ ସାଧାରଣ ଭାଷାରେ ‘ଆଖିର ପରଦା ଫାଟିଯିବା ବା ଅଲଗା ହୋଇଯିବା’ ବୋଲି କୁହାଯାଏ।

    ଆଖି ପତା ଉପରେ ହଳଦିଆ ରଙ୍ଗର ଦାଗ/ଚିହ୍ନ ହେବା
    ଆଖି ଚାରିପାଖରେ କିମ୍ବା ଆଖି ପତା ଉପରେ ଛୋଟ ଛୋଟ ବ୍ରଣ ବା ଗୁଳା ଭଳି ଦେଖାଯିବାକୁ ‘ଜେନ୍ଥିଲାଜ୍ମା’ (Xanthelasma) କୁହାଯାଏ। ଏହା ଖରାପ କୋଲେଷ୍ଟ୍ରଲ୍ (Bad Cholesterol) କାରଣରୁ ହୋଇପାରେ।

    ରାତିରେ କମ୍ ଦେଖାଯିବା (ଅନ୍ଧାରକଣା)
    ଯଦି ସଞ୍ଜ ହେବା କ୍ଷଣି ଆପଣଙ୍କ ଆଖିର ଦୃଷ୍ଟିଶକ୍ତି କମିଯାଏ କିମ୍ବା କମ୍ ଦେଖାଯାଏ, ତେବେ ଏହା ଭିଟାମିନ୍ ‘ଏ’ (Vitamin A) ର ଅଭାବକୁ ଦର୍ଶାଇଥାଏ। ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଆଗକୁ ଯାଇ ଅନ୍ଧତ୍ୱ ହୋଇପାରେ।

    ଯଦି ଆପଣଙ୍କୁ ନିଜ ଆଖିରେ ଏହି ସବୁ ସମସ୍ୟା ମଧ୍ୟରୁ କୌଣସି ବି ସମସ୍ୟା ଦେଖାଯାଏ, ତେବେ ଡାକ୍ତରଙ୍କୁ ଦେଖା କରିବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ