ଉତ୍ତରପ୍ରଦେଶ : ଆଉ ନାହାନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ । ୮୫ ବର୍ଷ ବୟସରେ ପୂଜକ ସତୈନ୍ଦ୍ର ଦାସଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତୈନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସତୈନ୍ଦ୍ର ଦାସ । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି । ତେବେ ଦୀର୍ଘ ୩୩ ବର୍ଷ ଧରି ରାମ ମନ୍ଦିରର ସେବା କରି ଆସୁଛନ୍ତି ସତୈନ୍ଦ୍ର । ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସଙ୍କ ଜନ୍ମ ହୋଇଥିବା ବେଳେ ବାପା ଅଭିରାମ ଦାସଙ୍କଠୁ ପ୍ରଭାବିତ ହୋଇ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ ସେ । ପରେ ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ । ୧୯୯୨ ମସିହାରେ ରାମମନ୍ଦିର ପୂଜକ ଭାବେ ଦାୟିତ୍ବ ନେଲେ । ପ୍ରାୟ ୩ ଦଶନ୍ଧି ଧରି ରାମମନ୍ଦିର ପୂଜକ ଥିଲେ ସତୈନ୍ଦ୍ର । ସେ ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ଦିର ପୂଜକ ଭାବେ ତାଙ୍କୁ ଯେତେବେଳେ ରଖାଗଲା ସେତେବେଳେ ସେ ମାସକ ମାତ୍ର ୧୦୦ ଟଙ୍କା ଦରମା ନେଉଥିଲେ । ପରେ ୨୦୧୮ରେ ୧୨ ହଜାର ଟଙ୍କା ଏବଂ ୨୦୧୯ରେ ୧୩ ହଜାର ଟଙ୍କା ଦରମା ଦିଆଗଲା ।