Friday, October 16, 2026
28.4 C
Odisha

    ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତ ସାବ୍ୟସ୍ତ କରୁଛନ୍ତି ଜନତା

    ଆଗକୁ ପଢନ୍ତୁ

    ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ । ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତ ସାବ୍ୟସ୍ତ କରୁଛନ୍ତି ଜନତା । ଆସାମ୍‌ର ୧୨୬ ଆସନ, କେରଳର ୧୪୦ ଆସନ ଏବଂ ପୁଡୁଚେରୀର ୩୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଫଳାଫଳ ଆସନ୍ତା ୪ ତାରିଖରେ ଆସିବ । ଆସାମ, କେରଳ ଓ ପୁଡୁଚେରୀରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୬ କୋଟି ଭୋଟର । ଆସାମରେ ହମନ୍ତ ବିଶ୍ୱଶର୍ମା ଓ ଗୌରବ ଗୋଗେଇଙ୍କ ମଧ୍ୟରେ ମୁକାବିଲା ହେବ । ସେହିପରି କେରଳରେ ଏଲଡିଏଫ ଓ ୟୁଡିଏଫ ମଧ୍ୟ ସିଧା ସଳଖ ଟକ୍କର ହେବ । ଆଉ ପୁଡୁଚେରୀରେ ଏନଡିଏ-ୟୁପିଏ ମଧ୍ୟରେ ଲଢ଼େଇ ହେବ । ଆସାମରେ ୭୨୨ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି, କେରଳର ସର୍ବାଧିକ ୮୬୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ପୁଡୁଚେରୀରେ ୨୯୪ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ ।
    ଆସାମରେ ୧୨୬ ଆସନରେ ଭୋଟ ଗ୍ରହଣ
    ମୋଟ ଭୋଟର ସଂଖ୍ୟା ୨ କୋଟି ୫୦ ଲକ୍ଷ
    ପୁରୁଷ ଭୋଟର- ୧ କୋଟି ୨୫ ଲକ୍ଷ
    ମହିଳା ଭୋଟର – ୧ କୋଟି ୨୫ ଲକ୍ଷ
    ୩୧ ହଜାର ୪୯୦ ବୁଥରେ ହେବ ମତଦାନ
    ବିଧାନସଭା ପାଇଁ ମ୍ୟାଜିକ ନମ୍ୱର ୬୨
    ୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
    ୧୦ ବର୍ଷ ହେଲା କ୍ଷମତାରେ ବିଜେପି ସରକାର
    କ୍ଷମତା ବଜାୟ ରଖିବାକୁ ହିମନ୍ତ ବିଶ୍ୱଶର୍ମାଙ୍କ ଉଦ୍ୟମ
    କଂଗ୍ରେସକୁ କ୍ଷମତାସୀନ କରିବା କୁ ଗୌରବ ଗୋଗେଇଙ୍କ ପ୍ରୟାସ
    ମହିଳା ଭୋଟରଙ୍କ ମଧ୍ୟରେ ଗୋଗେଇଙ୍କ ଲୋକପ୍ରିୟତା ବଢିଛି
    ଜୁଲକବାରୀ, ଜୋରହାଟ, ଶିବସାଗର, ଦିସପୁର ଆସନରେ ଜୋରଦାର ଟକ୍କର

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ