Friday, October 9, 2026
30.5 C
Odisha

    ଆଜିଠୁ ଦେଶରେ ଜନଗଣନା, ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜିଠୁ ଦେଶରେ ଆରମ୍ଭ ହେବ ଜନଗଣନା । ୧୬ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ। ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା । ଦୀର୍ଘ ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହେବ। ୨୦୧୧ ପରେ ଏହା ପ୍ରଥମ ଜନଗଣନା ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ କରାଯିବ। ଏଥିପାଇଁ ସରକାର ପ୍ରାୟ ୧୧ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଦୁଇଟି ପର୍ଯ୍ୟାୟରେ ହେବ ସେନସସ।

    ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏଥିରେ ଘର ଏବଂ ସେଥିରେ ଥିବା ସୁବିଧା ସୁଯୋଗର ତାଲିକା ପ୍ରସ୍ତୁତ କରାଯିବ। ପ୍ରଥମ ଥର ପାଇଁ ନାଗରିକମାନେ se.census.gov.in ପୋର୍ଟାଲକୁ ଯାଇ ଓଡ଼ିଆ ସମେତ ୧୬ଟି ଭାଷାରେ ନିଜ ତଥ୍ୟ ଅନଲାଇନ୍ ରେ ଦେଇପାରିବେ। ଯେଉଁମାନେ ଅନଲାଇନ୍ ରେ ତଥ୍ୟ ଦେବେ ନାହିଁ, ସେମାନଙ୍କ ପାଇଁ ତାଲିମପ୍ରାପ୍ତ କର୍ମଚାରୀମାନେ ମୋବାଇଲ୍ ଆପ୍ ସହିତ ଆପଣଙ୍କ ଘରକୁ ଆସିବେ। ଏଥିପାଇଁ କୌଣସି ପରିଚୟ ପତ୍ର ବା ଦଲିଲ୍ ଦେଖାଇବା ଆବଶ୍ୟକ ନାହିଁ। ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ରନ୍ଧନ ଗ୍ୟାସ୍, ଇଣ୍ଟରନେଟ୍ ଏବଂ ଶୌଚାଳୟ ଭଳି ପ୍ରାୟ ୩୩ଟି ପ୍ରଶ୍ନ ପଚରାଯିବ।

    ସେହିପରି ଦ୍ବିତୀୟ ପର୍ଯ୍ୟାୟ ସେନସସ ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବ। ଏଥିରେ ବ୍ୟକ୍ତିଗତ ତଥ୍ୟ ଯଥା ବୟସ, ଶିକ୍ଷା, ଏବଂ ଅର୍ଥନୈତିକ ସ୍ଥିତି ବିଷୟରେ ଗଣନା କରାଯିବ। ଏହି ପର୍ଯ୍ୟାୟରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜାତିଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ସବୁ ତଥ୍ୟ ମୋବାଇଲ୍ ଆପ୍ ଜରିଆରେ ନିଆଯିବ, ଯାହାଫଳରେ ରିପୋର୍ଟ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଏଥିରେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କେବଳ ସରକାରୀ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ