Thursday, October 8, 2026
24.4 C
Odisha

    ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :    ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲର  ୫୬ ତମ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟ ୧୭୫ଟି ସାମଗ୍ରୀ ଉପରୁ GST ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ।  ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଦୁଇଟି ମୁଖ୍ୟ ଟିକସ ହାର ସ୍ଥିର କରିବାର ପ୍ରସ୍ତାବ ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଟିଭି, ଫ୍ରିଜ, କାର, ବାଇକ, ପ୍ରସାଧନ ସାମଗ୍ରୀ, ଟାୟାର ଓ ଅନ୍ୟ ଉତ୍ପାଦଗୁଡ଼ିକ ଶସ୍ତା ହୋଇପାରେ ବୋଲି ଆଶା କରାଯାଇଛି।

    ତମାଖୁ ପାନ ମସଲା ଏବଂ ସିଗାରେଟ ଭଳି ସାମଗ୍ରୀ ଉପରେ ମଧ୍ୟ ୪୦ ପ୍ରତିଶତର ସ୍ବତନ୍ତ୍ର ଟିକସ ହାର ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ସରକାର ସ୍ବାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟରକୁ ଜିଏସଟି ମୁକ୍ତ କରିପାରନ୍ତି।  ବର୍ତ୍ତମାନ ୪ଟି ସ୍ଲାବ ୫, ୧୨, ୧୮ ଓ ୨୮ ପ୍ରତିଶତରେ ଜିଏସଟି ରହିଛି।  ଏହାକୁ ପରିବର୍ତ୍ତନ କରାଯାଇ ୨ଟି ପର୍ଯ୍ୟାୟରେ ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି। ପ୍ରଚଳିତ ୪ଟି ଜିଏସଟି ସ୍ଲାବ ବଦଳରେ ଷ୍ଟାଣ୍ଡାର୍ଡ ଓ ମେରିଟ ଭାବେ ଦୁଇଟି ସ୍ଲାବର ରହିବ। ବର୍ତ୍ତମାନ ବସ୍ତୁ ଓ ଦ୍ରବ୍ୟଗୁଡ଼ିକ ଉପରେ ୫, ୧୨, ୧୮ ଓ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି। ଏଥିରେ ପରିବର୍ତ୍ତନ କରାଯାଇ ୨ଟି ସ୍ତରରେ ୫ ପ୍ରତିଶତ  ଓ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ପ୍ରସ୍ତାବ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକରେ ୩୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକରେ ଉପସ୍ଥିତ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ