Friday, October 2, 2026
24.8 C
Odisha

    ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା, ୨୫ ତାରିଖରୁ ଦିନ ସମୟରେ ଉପଲବ୍ଧ ହେବ ସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା ।  ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ ।  ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ଏହି ସେବା ଆରମ୍ଭ ହେଉଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଯାତ୍ରା ପୁଣି ଚଳଚଞ୍ଚଳ ହେବ ।

    ଆଜି ରାତି ୧୧ଟା ୦୫ରେ ଇଣ୍ଡିଗୋ ବିମାନ 6E-1065 ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ।  ବ୍ୟାଙ୍କକରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟାରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।  ପ୍ରାରମ୍ଭିକ ଭାବେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ ।  ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ଏବଂ ବ୍ୟାଙ୍କକରୁ ଶନିବାର ଓ ମଙ୍ଗଳବାର ବିମାନ ଚଳାଚଳ କରିବ ।

    ତେବେ ଅକ୍ଟୋବର ୨୫ରୁ ବିମାନର ସମୟରେ ପରିବର୍ତ୍ତନ ହେବ।  ବର୍ତ୍ତମାନ ରାତିରେ ଉଡ଼ାଣ ଥିବାବେଳେ ୨୫ ତାରିଖରୁ ଦିନ ସମୟରେ ଏହି ସେବା ଉପଲବ୍ଧ ହେବ ।  କିଛି ମାସ ଧରି ଭୁବନେଶ୍ୱରରୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଥିଲା ।  ଫଳରେ ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ଥିବା ସତ୍ତ୍ୱେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଉଡ଼ାଣ ନଥିବା ନେଇ ଯାତ୍ରୀଙ୍କ ମଧ୍ୟରେ ନିରାଶା ରହିଥିଲା ।

    ଏବେ ବ୍ୟାଙ୍କକ ସେବା ପୁଣି ଆରମ୍ଭ ହେବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସାରେ, ଭୁବନେଶ୍ୱର-ବ୍ୟାଙ୍କକ ରୁଟରେ ଭଲ ଯାତ୍ରୀ ଚାହିଦା ରହିଛି। ଥାଇଲାଣ୍ଡ ଯାଉଥିବା ଓଡ଼ିଶାର ପର୍ଯ୍ୟଟକଙ୍କ ସହ ବ୍ୟବସାୟିକ ଯାତ୍ରୀଙ୍କ ପାଇଁ ମଧ୍ୟ ସିଧାସଳଖ ବିମାନ ସେବା ସୁବିଧାଜନକ ହେବ। ଏହାପରେ ନଜର ରହିଛି ଦୁବାଇ ଓ ସିଙ୍ଗାପୁର ସଂଯୋଗ ଉପରେ।

    ସ୍ଥିତି ସ୍ୱାଭାବିକ ହେଲେ ଦୁବାଇ ବିମାନ ସେବା ପୁଣି ଆରମ୍ଭ କରିବା ଦିଗରେ ପ୍ରୟାସ ଚାଲିଛି ।  ସେହିପରି ସିଙ୍ଗାପୁର ରୁଟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଯାତ୍ରୀ ଚାହିଦା ନଥିବା କୁହାଯାଉଛି ।  ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ବଢ଼ିଲେ ଏବଂ ଏୟାରଲାଇନ୍ସ ରାଜି ହେଲେ ସିଙ୍ଗାପୁରକୁ ମଧ୍ୟ ବିମାନ ସେବା ଆରମ୍ଭ ହୋଇପାରିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ