Wednesday, April 2, 2025
31.8 C
Odisha

    ଆଜିଠୁ ପୋଷଣଯୁକ୍ତ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ, ସପ୍ତାହକୁ ୩ ଦିନ ମିଳିବ ଅଣ୍ଡା ଓ ମାଣ୍ଡିଆ ଲଡୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଏଥିସହିତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।ଆଜିଠୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଅଣ୍ଡାଠାରୁ ଆରମ୍ଭ କରି ମାଣ୍ଡିଆ , ଗୁଡରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ । ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଡୁ ପ୍ରଦାନ କରାଯିବ । ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ଏହାସହିତ ସପ୍ତାହକୁ ୩ଟି ଲଡୁ ସହ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ । ଆଗରୁ ୨ ଟି ଅଣ୍ଡା ପ୍ରଦାନ କରାଯାଇଥିବା ବେଳେ ଏଣିକି ୩ ଟି ଅଣ୍ଡା ପ୍ରଦାନ କରାଯିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.8 ° C
    31.8 °
    31.8 °
    32 %
    2.7kmh
    96 %
    Wed
    31 °
    Thu
    39 °
    Fri
    38 °
    Sat
    40 °
    Sun
    41 °

    ସମ୍ବନ୍ଧିତ