Thursday, December 18, 2025
17.3 C
Odisha

    ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :   ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। ମୁହାଁମୁହିଁ ହେବେ ଶାସକ-ବିରୋଧୀ । କମ୍ପିବ ଗୃହ ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।  କାଉଣ୍ଟର ପାଇଁ ପୁରା ତୟାର ଶାସକ ଦଳ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ ହୋଇଛି ।  ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ବିଜେଡି । ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ ।

    ନୂଆପଡା ଉପନିର୍ବାଚନରେ ଭୋଟ ଚୋରି ପ୍ରସଙ୍ଗ, ବେକାରୀ ସମସ୍ୟା, ନିଯୁକ୍ତରେ ଦୁର୍ନୀତି, ଦାଦନ, ଚାଷୀଙ୍କ ସମସ୍ୟା ଆଦି ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।  ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ତୟାର ରହିଛି ଶାସକ ଦଳ ।  ୧୬ ମାସର ସରକାରଙ୍କ ସଫଳତା ଓ ଲୋକପ୍ରିୟତା ବିଷୟରେ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଜବାବ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି ।  ନଭେମ୍ବର ୨୭ରୁ ବିଧାନସଭା ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।  ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ଅତିରିକ୍ତ ବଜେଟ୍ ।  ଆସନ୍ତା ୮ରେ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ଉପସ୍ଥାପନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.3 ° C
    17.3 °
    17.3 °
    41 %
    1.2kmh
    0 %
    Thu
    16 °
    Fri
    26 °
    Sat
    27 °
    Sun
    28 °
    Mon
    28 °

    ସମ୍ବନ୍ଧିତ