Friday, October 2, 2026
22.2 C
Odisha

    କାରକୁ ପିଟିଲା କଣ୍ଟେନର; ୩ ଆହତ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା   :  ୧୬ ନମ୍ବର ଜାତୀୟ ରାଜପଥ କୋଳଥିଆ ଛକ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ଦୁର୍ଘଟଣା ଘଟିଛି। ଏକ କାରକୁ ପଛରୁ ଆସୁଥିବା କଣ୍ଟେନର ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର ଦୁଇ ଗଡ଼ା ଦେଇ ଦେଇଥିଲା। ଫଳରେ କାର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇବା ପରେ କଣ୍ଟେନର ଚାଳକ ଭୟଭୀତ ଅବସ୍ଥାରେ ଗାଡ଼ି ଛାଡ଼ି ଓଭରବ୍ରିଜ ତଳକୁ ଡେଇଁ ଗୁରତର ଆହତ ହୋଇଛି।

    ସୂଚନା ଅନୁସାରେ, ଉକ୍ତ କାର ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। କୋଳଥିଆ ଓଭରବ୍ରିଜ ଉପରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର ଦୁଇ ଗଡ଼ା ଦେଇ ଓଲଟି ପଡ଼ିଥିଲା। କାର ଚାଳକଙ୍କ ସମେତ ଦୁଇ ଜଣ ଆହତ ହୋଇଥିଲେ। ଦୁର୍ଘଟଣାର ଶବ୍ଦ ଶୁଣି କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଦୌଡି ଆସିଥିଲେ। ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ରାଜପଥରୁ ଦୁର୍ଘଟଣାଗ୍ରସ୍ତ ଗାଡି ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ