ନୂଆଦିଲ୍ଲୀ :ଆଜିଠୁ ଭାରତ-ଇଂଲଣ୍ଡ ୱାନଡେ ସିରିଜ ନାଗପୁରରେ ଅହରାହ୍ଣ ୧ଟା ୩୦ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚରେ ରୋହିତଙ୍କ ସହ ଉପଅଧିନାୟକ ଶୁବମନ ଗିଲ୍ ପାଳି ଆରମ୍ଭ କରିବେ । କୋହଲି ଓ ଶ୍ରେୟସ୍ ଆୟର୍ ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ । ହାର୍ଦିକ ପାଣ୍ଡ୍ୟା ଷଷ୍ଠ ସ୍ଥାନରେ ଖେଳିବା ଏକପ୍ରକାର ନିଶ୍ଚିତ ରହିଥିଲା ବେଳେ ପଞ୍ଚମ ସ୍ଥାନକୁ ନେଇ ଦ୍ବନ୍ଦ୍ବ ରହିଛି । ଋଷଭ ପନ୍ତ କିମ୍ବା କେଏଲ୍ ରାହୁଲ ୱିକେଟ୍ ରକ୍ଷକ ଭାବେ ଏହି ସ୍ଥାନରେ ଖେଳିବେ ସେ ନେଇ ସସପେନ୍ସ ଲାଗି ରହିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିବା ପରେ ଭାରତୀୟ ଦଳ ଏବେ ୫୦ ଓଭର ଫର୍ମାଟ ଉପରେ ନଜର ରଖିଛି ।୨୦୨୩ ବିଶ୍ବକପ ପରେ ଭାରତ ଓ ଇଂଲଣ୍ଡ ଦଳ ୱାନ ଡେ ମ୍ୟାଚରେ ମୁହଁମହିଁ ହେବେ । ଏକଦିବସୀୟ ଇତିହାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସର୍ବପ୍ରଥମ ମ୍ୟାଚ୍ ୧୯୭୪ ଜୁଲାଇ ୧୩ରେ ଖେଳାଯାଇଥିଲା । ଦୁଇ ଦଳର ଏକଦିବସୀୟ ରେକର୍ଡ ଉପରେ ନଜର ପକାଇଲେ ଭାରତର ପଲା ଭାରି ରହିଚି। ଦୁଇ ଦେଶ ମଦ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୭ଟି ଏକଦିବସୀୟ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତ ୫୮ଟି ମ୍ୟାଚ୍ ଜିତିଥିବାବେଳେ ଇଂଲଣ୍ଡ ୪୪ଟି ମ୍ୟାଚରେ ବିଜୟୀ ହୋଇଛି। ଏପଟେ ରବିବାର କଟକରେ ୨ୟ ଓ ୧୨ରେ ଅହମ୍ମଦାବାଦରେ ୩ୟ ଏକଦିବସୀୟ ଅନୁଷ୍ଠିତ ହେବ।